Hindusthan Samachar
Banner 2 रविवार, सितम्बर 23, 2018 | समय 05:44 Hrs(IST) Sonali Sonali Sonali Singh Bisht

ମାଲକାନଗିରିରେ ଏନକାଉଂଟର , ମାଓବାଦୀ ମୃତ

By HindusthanSamachar | Publish Date: May 18 2018 3:29PM
ମାଲକାନଗିରିରେ ଏନକାଉଂଟର , ମାଓବାଦୀ ମୃତ
ଭୁବନେଶ୍ୱର, ୧୮ ମଇ - ଗତକାଲି ରାତିରେ ମାଲକାନଗିରିର ବିଛିନ୍ନାଂଚଳରେ ଏସଓଜି ଓ ଆନ୍ଧ୍ର ଗ୍ରେହାଉଣ୍ଡର ମିଳିତ କୋମ୍ବିଂ ଅପରେସନ୍ ବେଳେ ଏନକାଉଂଟରରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ମୃତ ମାଓବାଦୀ ନିକଟରୁ ଏସଏଲଆର , ଥ୍ରି ନଟ୍ ରାଇଫଲ ଜବତ ହୋଇଛି ବୋଲି ପୋଲିସ୍ ଡିଜି ଆର . ପି ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ କନ୍ଧମାଳ ଏସପି ଓ ବଲାଙ୍ଗୀରର ଏସପି ବିଗତ ଦିନରେ ମାଓ ଅପରେସନ୍ ରେ ମିଳିଥିବା ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ୨ ଏସପି ଙ୍କ କାର୍ଯ୍ୟଦକ୍ଷତା ଉପରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ସେମାନଙ୍କୁ ପ୍ରଶାସନିକ ପୁରସ୍କାର ବାବଦରେ କଣ ବ୍ୟବସ୍ଥା ରହିଛି ବୋଲି ସେ ପଚାରିବା ସହ ବ୍ୟବସ୍ଥା ଅନୁଯାୟୀ ପୁରସ୍କୃତ କରିବା ପାଇଁ ଡିଜିଙ୍କୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ତାଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ସେ କହିଥିଲେ । ................
image