Hindusthan Samachar
Banner 2 सोमवार, मई 21, 2018 | समय 04:26 Hrs(IST) Sonali Sonali Sonali Singh Bisht

ଦିଲ୍ଲୀପ ତିର୍କୀ ହେଲେ ଓଟିଡିସି ଅଧ୍ୟକ୍ଷ

By HindusthanSamachar | Publish Date: May 18 2018 3:29PM
ଭୁବନେଶ୍ୱର, ୧୮ ମଇ -ପୂର୍ବତନ ସାଂସଦ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କୁ ଓଡିଶା ପର୍ଯ୍ୟଟନ ନିଗମ (ଓଟିଡିସି)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରୀ ତିର୍କୀଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର କେହି ଅଧ୍ୟକ୍ଷ ନ ଥିଲେ । ବିଜେଡି ନେତା ନରେନ୍ଦ୍ର ସ୍ୱାଇଁଙ୍କୁ ରାଜ୍ୟ ସରକାର ଓଟିଡିସିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ । ମାତ୍ର ସେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଏହି ଖାଲି ପଡ଼ି ଥିଲା । ନିକଟରେ ରାଜ୍ୟସଭାର ସାଂସଦ ଭାବେ ଦିଲ୍ଲୀପ ତିର୍କୀଙ୍କର କାର୍ଯ୍ୟାଳୟ ଶେଷ ହୋଇଥିଲା । ତେଣୁ ତାଙ୍କୁ ରାଜ୍ୟସରକାର ଓଟିଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ...............
image