Hindusthan Samachar
Banner 2 गुरुवार, दिसम्बर 13, 2018 | समय 02:12 Hrs(IST) Sonali Sonali Sonali Singh Bisht

ବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ ଆସନ୍ତା ୨୧ରେ

By HindusthanSamachar | Publish Date: May 18 2018 3:28PM
ବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ ଆସନ୍ତା ୨୧ରେ
- ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଥାୱରଚାନ୍ଦ ଗେହଲଟ ଭୁବନେଶ୍ୱର, ୧୮ ମଇ - ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ଆସନ୍ତା ୨୧ ତାରିଖରେ ବଲାଙ୍ଗୀର ଜିଲ୍ଲାର ବିରକାନୀ ଠାରେ ଏକ ଏଲପିଜି ବଟଲିଂ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ କରାଯିବ । କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ , ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବଟଲିଂ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ କରିବେ ବୋଲି ବିପିସିଏଲର ପୂର୍ବାଂଚଳ ଏଲପିଜି ମ୍ୟାନେଜର ଅତୁଲ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ୨୩ ଏକର ସ୍ଥାନରେ ନିର୍ମିତ ହେବାକୁ ଥିବା ଏହି ପ୍ଲାଂଟରେ ପ୍ରତିବର୍ଷ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବାର କ୍ଷମତା ରହିବ । ଏହି ପ୍ଲାଂଟ ୨୦୧୦ ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି । ବଲାଙ୍ଗୀରରେ ଏହି ପ୍ଲାଂଟ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ୧୪ଟି ଜିଲ୍ଲାର ଉପଭୋକ୍ତାଙ୍କୁ ଏଲପିଜି ସିଲିଣ୍ଡର ଯୋଗାଣ କରିବ । ଏହି ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର , ଝାରସୁଗୁଡା , ସମ୍ବଲପୁର , ବରଗଡ, କଳାହାଣ୍ଡି , ସୋନପୁର , କୋରାପୁଟ, ମାଲକାନଗିରି , ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ , ରାୟଗଡା , ସୁନ୍ଦରଗଡ ଏବଂ ନୂଆପଡା । ସେ ଆହୁରି କହିଛନ୍ତି ଯେ ବିପିସିଏଲ ପକ୍ଷରୁ ନିର୍ମାଣ ହେବାକୁ ଯାଉଥିବା ଏହି ବଟଲିଂ ପ୍ଲାଂଟ ଓଡିଶାରେ ଦ୍ୱିତୀୟ । ଏହା ପୂର୍ବରୁ ଖୋର୍ଦ୍ଧା ଠାରେ ୧୯୮୮ ମସିହାରେ ଏକ ବଟଲିଂ ପ୍ଲାଂଟ ନିର୍ମାଣ କରାଯାଇଥିଲା । ଏହା ବ୍ୟତୀତ ବାଲେଶ୍ୱର , ଖୋର୍ଦ୍ଧା , ଝାରସୁଗୁଡା ଓ ଜଟଣୀ ଠାରେ ଅନ୍ୟାନ୍ୟ ତୈଳ କମ୍ପାନୀ ର ବଟଲିଂ ପ୍ଲାଂଟ ରହିଛି । ସେହିପରି ଉପଭୋକ୍ତା ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ପରେ ଭୁବନେଶ୍ୱର ଓ ରାୟଗଡା ଠାରେ ଆଉ ୨ଟି ପ୍ଲାଂଟ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି । ନୂତନ ପ୍ଲାଂଟ ଗୁଡିକର ନିର୍ମାଣ ଶେଷ ହେବା ପରେ ଓଡିଶାରେ ମୋଟ ୭ଟି ବଟଲିଂ ପ୍ଲାଂଟରୁ ବାର୍ଷିକ ୪.୦୬ କୋଟି ସିଲିଣ୍ଡର ଉତ୍ପାଦନ କରାଯାଇ ପାରିବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ , ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂହଦେଓ , ବିରୋଧୀ ଦଳ ନେତା ତଥା ବିଧାୟକ ନରସିଂହ ମିଶ୍ର , ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ରହବେ । ଏହି ସାମ୍ବାଦିକ ସମ୍ମିଳନୀରେ ବିପିସିଏଲର ରାଜ୍ୟ ମୁଖ୍ୟ ଅଧିକାରୀ ଦେବାଶିଷ ପାଲିତ୍ , ଇନଫ୍ରାଷ୍ଟ୍ରକଚର ମୁଖ୍ୟ ମାନସ ମହାନ୍ତି , ଏଲପିଜି ମ୍ୟାନେଜର ସଂଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ..........
image