Hindusthan Samachar
Banner 2 बुधवार, सितम्बर 26, 2018 | समय 08:02 Hrs(IST) Sonali Sonali Sonali Singh Bisht

ବଲାଙ୍ଗୀର ,କନ୍ଧମାଳ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

By HindusthanSamachar | Publish Date: May 18 2018 3:28PM
ବଲାଙ୍ଗୀର ,କନ୍ଧମାଳ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା
ମାଓ ଦମନରେ ସଫଳତା ଭୁବନେଶ୍ୱର, ୧୮ ମଇ - ବଲାଙ୍ଗୀର ଓ କନ୍ଧମାଳରେ ମାଓ ଦମନ କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସକୁ ବିଶେଷ କରି କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲା ପୋଲିସ୍ ଓ ଏସଓଜି ବାହିନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଉଭୟ ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତିି । ବର୍ତମାନ ଦିଆଯାଉଥିବା ପୁରସ୍କାର ରାଶି ସହିତ ଅତିରିକ୍ତ ରାଶି ହିସାବରେ ଏହି ପୁରସ୍କାର ଦିଆଯିବ । ଏହା ସହିତ ଏହି ଅପରେସନ୍ରେ ଅଂଶଗ୍ରହଣ କରିଥିବା ପୋଲିସ୍ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ସଚିବାଳୟ ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ମାଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟରେ ମାଓ ସମସ୍ରା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଅସ୍ତ୍ର ତ୍ୟାଗ କରି ସମାୟସ୍ରୋତରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ମାଓବାଦୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ , ଉନ୍ନୟନ କମିଶନର ଆର ବାଲାକ୍ରିଷ୍ଣନ୍ , ପୋଲିସ୍ ମହାନିର୍ଦ୍ଦେଶକ ଆର .ପି ଶର୍ମା , ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ , ଗୁଇନ୍ଦା ମହାନିର୍ଦ୍ଦେଶକ , ଗୁଇନ୍ଦା ଆଇଜି ଏବଂ ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାର ଏସପି ପ୍ରମୁଖ ଉପସ୍ଥିତ ଥିଲେ । .............
image