Hindusthan Samachar
Banner 2 सोमवार, अप्रैल 22, 2019 | समय 18:11 Hrs(IST) Sonali Sonali Sonali Singh Bisht

ସାନଜରିଆ, ଅରଡ଼ପଲ୍ଲୀ ଓ ଗଙ୍ଗାରାମ ପୁରରେ ଧ୍ରୁବଙ୍କ ରୋଡସୋ

By HindusthanSamachar | Publish Date: Apr 17 2019 8:57PM
ସାନଜରିଆ, ଅରଡ଼ପଲ୍ଲୀ ଓ ଗଙ୍ଗାରାମ ପୁରରେ ଧ୍ରୁବଙ୍କ ରୋଡସୋ
ପଟ୍ଟାମୁଣ୍ଡାଇ, ୧୭ ଏପ୍ରିଲ(ହି.ସ.) - ରାଜନଗର ଆସନରେ ବିଜେଡିର ବିପୁଳ ବିଜୟ ପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଏହି ଉପଲକ୍ଷେ ରାଜନଗର ଆସନର ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ରୋଡସୋ ଜରିଆରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ରାଜନଗର ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ, ଅରଡପଲ୍ଲୀ ଓ ଗଙ୍ଗାରାମପୁର ପଂଚାୟତରେ ବିଜେଡି ପକ୍ଷରୁ ବିରାଟ ରୋଡସୋର ଆୟୋଜନ କରାଯାଇଥିଲା । ଏହି ରୋଡସୋରେ ବିଜେଡି ପ୍ରାର୍ଥୀ ଶ୍ରୀସାହୁଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ଉପସଭାପତି ଅରକ୍ଷିତ ସାହୁ, ସମିତିସଭ୍ୟ ସଂଘ ସଭାପତି ଶ୍ରୀକାନ୍ତ ସାହୁ, ସାନଜରିଆ ସରପଂଚ ରଶ୍ମିତା ବାରିକ, ସମିତିସଭ୍ୟା ବନସ୍ମିତା ଦାସ, ଅରଡପଲ୍ଲୀ ସରପଂଚ ଲକ୍ଷ୍ମୀପ୍ରିୟା ଜେନା, ପୂର୍ବତନ ସରପଂଚ ଶ୍ରୀମନ୍ତ ଦାସ, ଯୁବନେତା ସ୍ୱପ୍ନରଞ୍ଜନ ବେହେରା, ରାଜେଶ କୁମାର ଜେନା, ପୂର୍ବତନ ସରପଂଚ ଗଙ୍ଗାଧର ଦାସ, ସାନଜରିଆ ପଂଚାୟତ ବିଜେଡି ସଭାପତି ଅଜାମ୍ବର ପ୍ରଧାନ, ଗଙ୍ଗାରାମପୁର ସରପଂଚ ପ୍ରଫୁଲ୍ଲ ତରାଇ, ପୂର୍ବତନ ସରପଂଚ ପୁଷ୍ପଲତା ଗାହାଣ, ଯୁବନେତା ଗଗନ ପ୍ରସାଦ ବାରିକ, ଯୁବନେତା ପ୍ରମୋଦ ଗାହାଣ, ଦିଲ୍ଲୀପ ଜେନା ପ୍ରମୁଖ ବହୁ ବିଜେଡିନେତା ଓ କର୍ମକର୍ତା ବିରାଟ ବାଇକ ଶୋଭାଯାତ୍ରାରେ ରୋଡସୋରେ ସାମିଲ ହୋଇଥିଲେ । ଏହି ରୋଡସୋ ସାନଜରିଆ, ଅରଡପଲ୍ଲୀ ଓ ଗଙ୍ଗାରାମପୁର ପଂଚାୟତର ବିଭିନ୍ନ ଅଂଚଳ ପରିକ୍ରମା କରି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରି ଇତିହାସ ସୃଷ୍ଟି କରିଥିବା ନବୀନ ସରକାରଙ୍କ ସଫଳତା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରିବା ସହିତ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ । ଏହି ରୋଡସୋ ସମୟରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିଜେଡି ପ୍ରାର୍ଥୀ ଶ୍ରୀ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image