Hindusthan Samachar
Banner 2 रविवार, अप्रैल 21, 2019 | समय 07:55 Hrs(IST) Sonali Sonali Sonali Singh Bisht

ଭୁବନେଶ୍ୱର ଏକାମ୍ରର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ମାରାଥନ ପ୍ରଚାର

By HindusthanSamachar | Publish Date: Apr 17 2019 8:59PM
ଭୁବନେଶ୍ୱର ଏକାମ୍ରର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ମାରାଥନ ପ୍ରଚାର
ଭୁବନେଶ୍ୱର, ୧୭ ଏପ୍ରିଲ(ହି.ସ.) - ଭୁବନେଶ୍ୱର ଏକାମ୍ରର ବିଜେପି ପ୍ରାର୍ଥୀ ଶ୍ରୀ ବାବୁ ସିଂ ଭୁବନେଶ୍ୱର ଏକାମ୍ର ଅଂଚଳର ଗଡ଼ ମହାବୀର, କାରଗିଲ ବସ୍ତି ଓ ପୋଖରୀପୁଟ ଆଦି ଅଂଚଳର ବିଭିନ୍ନ ସ୍ଥାନମାନଙ୍କୁ ଯାଇ ସ୍ଥାନୀୟ ଜନସାଧାରଣଙ୍କୁ ଭୋଟଭିକ୍ଷା କରିବା ସହ ସ୍ଥାନୀୟ ସମସ୍ୟାମାନଙ୍କ ଉପରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ସେଠାକାର ସ୍ଥାନୀୟ ଜନସାଧାରଣମାନେ ଶ୍ରୀ ସିଂହଙ୍କୁ ତାଙ୍କର ସରଳ, ଉଦାର ଓ ହୃଦୟବାନ ବ୍ୟକ୍ତିତ୍ୱ ପ୍ରତି ଆକୃଷ୍ଟ ହୋଇ ଚଳିତ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଏହାସହିତ ଶ୍ରୀ ବାବୁ ସିଂଙ୍କର ଚାରିଆଡ଼େ ଲାଗିଥିବା ପୋଷ୍ଟର ବ୍ୟାନର ଆଦିଗୁଡ଼ିକୁ ଚିରି ନଷ୍ଟ କରାଯାଉଥିବା ସହ ବିଭିନ୍ନ ପ୍ରକାର ମନ୍ଦ ଉଦ୍ଦେଶ୍ୟ ରଖି ବିରୋଧୀଙ୍କ ଦ୍ୱାରା କରାଯାଉଥିବାକୁ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ନିନ୍ଦା କରିବା ସହ ଏକାମ୍ରବାସୀ ଏହାକୁ ବୁଝି ପାରୁଛନ୍ତି ଓ ଏହାର ଜବାବ ଚଳିତ ନିର୍ବାଚନରେ ଦେବେ ବୋଲି ଦୃଢ଼ ମତବ୍ୟକ୍ତ କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image