Hindusthan Samachar
Banner 2 रविवार, अप्रैल 21, 2019 | समय 10:28 Hrs(IST) Sonali Sonali Sonali Singh Bisht

ଜିଲ୍ଲା ନିର୍ବାଚନ ଆଧିକାରୀ ଦେଲେ ନିର୍ଦ୍ଦେଶ : କଂଟ୍ରୋଲ୍ ରୁମକୁ ଆସୁଥିବା ନିର୍ବାଚନ ସମ୍ପର୍କୀୟ ଆପତି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ

By HindusthanSamachar | Publish Date: Apr 17 2019 9:00PM
ଜିଲ୍ଲା ନିର୍ବାଚନ ଆଧିକାରୀ ଦେଲେ ନିର୍ଦ୍ଦେଶ : କଂଟ୍ରୋଲ୍ ରୁମକୁ ଆସୁଥିବା ନିର୍ବାଚନ ସମ୍ପର୍କୀୟ ଆପତି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ
କେନ୍ଦୁଝର, ୧୭ ଏପ୍ରିଲ (ହି.ସ.) - ସାଧାରଣ ନିର୍ବାଚନ ୨୦୧୯ ପରିପ୍ରେକ୍ଷୀରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ଖୋଲଯାଇଥିବା କଂଟ୍ରୋଲ୍ ରୁମ୍କୁ ଆସୁଥିବା ଆପତି ଅଭିଯୋଗଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂପୃକ୍ତ କର୍ତୃପକ୍ଷଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଶିଷ ଠାକରେ ନିର୍ଦ୍ଦେଶ ଦେଇଛନ୍ତି । ଭାରତର ନିର୍ବାଚନ କମିଶନ ଏବଂ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଜନସାଧାରଣ ଫୋନ୍ ମାଧ୍ୟମରେ ଆପତି ଅଭିଯୋଗ ଜଣାଇବା ପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ କଂଟ୍ରୋଲ୍ ରୁମ୍ ଖୋଲା ଯାଇଛି ଏବଂ ଫୋନ୍ ନଂ ୦୬୭୬୬-୨୫୫୪୯୫ ଏବଂ ୦୬୭୬୬-୨୫୫୪୯୭ କାର୍ଯ୍ୟକ୍ଷମ ହୋଇଅଛି । କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ, ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର ଓ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଆଦର୍ଶ ଆଚରଣ ବିଧି ଉଲଂଘନ ସଂପର୍କିତ ଯେ କୌଣସି ଆପତି ଅଭିଯୋଗ ଉପରୋକ୍ତ ଫୋନ୍ ମାଧ୍ୟମରେ ଜଣାଇବାକୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି । କଂଟ୍ରୋଲ୍ ରୁମ୍ ମାଧ୍ୟମରେ ମିଳୁଥିବା ଆପତି ଅଭିଯୋଗଗୁଡିକ ଉପରେ ଗୁରୁତ୍ୱରୋପ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଠାକରେ କହିଛନ୍ତି । ହିନ୍ଦୁସ୍ଥାନ ସମାଚାର/ବିଭୁତି/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image