Hindusthan Samachar
Banner 2 रविवार, अप्रैल 21, 2019 | समय 08:27 Hrs(IST) Sonali Sonali Sonali Singh Bisht

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ , ଭିଡିଓ ଭାଇରାଲ୍

By HindusthanSamachar | Publish Date: Apr 17 2019 9:00PM
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ , ଭିଡିଓ ଭାଇରାଲ୍
ଭୁବନେଶ୍ୱର, ୧୭ ଅପ୍ରେଲ - ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ କରିଛି ଫ୍ଲାଇଂ ସ୍କ୍ୱାର୍ଡ । ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିବା ବେଳେ ଗତକାଲି ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀମାନେ ତାଙ୍କ ହେଲିକେପ୍ଟର ଯାଂଚ କରିଥିଲେ । ଯାଂଚ ବେଳର ଭିଡିଓ ଭାଇରାଲ ହୋଇଛି । ଗତକାଲି ଆଇଡିଏଲ ଷ୍ଟାଡିୟମ ଗ୍ରାଉଣ୍ଡରେ ତାଙ୍କ ହେଲିକେପ୍ଟର ପହଂଚିବା ପରେ ସେଠାରେ ଉପସ୍ଥିତ ଥିବା ଫ୍ଲାଇଂ ସ୍କ୍୍ୱାର୍ଡ଼ ଏବଂ ଷ୍ଟାଟିକ୍ ସର୍ଭିଲେନ୍ସ ଟିମ ପକ୍ଷରୁ ଯାଂଚ କରାଯାଇଥିଲା । ନୋଡାଲ ଅଫିସର ଭାବେ ତହସିଲଦାର ବିଶ୍ୱରଞ୍ଜନ ରଥ, ଅତିରିକ୍ତ ତହସିଲଦାର ଅଭିଜିତ ମହନ୍ତଙ୍କ ନେତୃତ୍ୱରେ ହେଲିକେପ୍ଟରକୁ ସର୍ଚ୍ଚ କରାଯାଇଥିଲା । ହେଲିକେପ୍ଟର ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଆଟାଚି ଏବଂ ଏୟାର ବ୍ୟାଗ ମଧ୍ୟ ସର୍ଚ୍ଚ କରାଯାଇଥିଲା । କ୍ଲିଅରାଂଶ ପରେ ମୁଖ୍ୟମନ୍ତ୍ରୀ ରୋଡ଼ ଶୋ''ରେ ଯାଇଥିଲେ । ଯାଂଚ ପରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଧନ୍ୟବାଦ ବୋଲି କହିଥିଲେ । .............
लोकप्रिय खबरें
फोटो और वीडियो गैलरी
image