Hindusthan Samachar
Banner 2 सोमवार, अप्रैल 22, 2019 | समय 18:00 Hrs(IST) Sonali Sonali Sonali Singh Bisht

ଯୁଗଳଙ୍କ ନୀରବତା ନିର୍ବାଚନୀ ଝଡ଼ର ପୂର୍ବାଭାଷ ନୁହେଁତ!

By HindusthanSamachar | Publish Date: Apr 17 2019 9:01PM
ଯୁଗଳଙ୍କ ନୀରବତା ନିର୍ବାଚନୀ ଝଡ଼ର ପୂର୍ବାଭାଷ ନୁହେଁତ!
ଭଦ୍ରକ, ୧୭ ଅପ୍ରେଲ (ହି.ସ.) - ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଏବେ ଯୁଗଳ ପଟ୍ଟନାୟକଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ କଲାଣି । ଏହି ଆସନରୁ ୫ ଥର ବିଧାୟକ ହୋଇଥିବା ଯୁଗଳଙ୍କ ନୀରବତା ଆଗାମୀ ସାଧାରଣ ନିର୍ବାଚନରେ ଏକ ବଡ ଧରଣର ଓଲଟପାଲଟର ପୂର୍ବାଭାସ ଦେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଏଥର ଭଦ୍ରକରେ ବିଧାୟକ ଯୁଗଳ ପଟ୍ଟନାୟକଙ୍କ ଟିକେଟ କଟାଯାଇ ନବାଗତ ସଂଜୀବ ମଲ୍ଲିକଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଚଳିତ ନିର୍ବାଚନରେ ଯୁଗଳ ବାବୁ ନିଜେ ନିର୍ବାଚନ ନଲଢି ନିଜ ପୁଅ ଅସିତ ପଟ୍ଟନାୟକଙ୍କ ସପକ୍ଷରେ ଟିକେଟ ଲବି ଚଳାଇଥିବାବେଳେ ଶେଷ ମୁହୂର୍ତରେ ତାଙ୍କୁ ନିରାଶ କରାଯାଇ ନବାଗତ ସଂଜୀବଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି । ଯାହାକୁ ନେଇ ସମଗ୍ର ନିର୍ବାଚନ ମଣ୍ଡଳୀରେ ଯୁଗଳଙ୍କ ଅନୁଗତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣା ପରେ ଆଶା ଖରାଯାଉଥିଲା ଯୁଗଳ ସମ୍ଭବତଃ ଦଳତ୍ୟାଗ କରି ଅନ୍ୟଦଳ ଟିକେଟରେ ନିଜ ପୁଅକୁ ନିର୍ବାଚନ ଲଢାଇବେ । ହେଲେ ସେମିତି କିଛି ଘଟିଲା ନାହିଁ । ପରନ୍ତୁ ଯୁଗଳଙ୍କ କିଛି କଠୋରପନ୍ଥୀ ବିନା ସର୍ତରେ ଦଳୀୟ ପ୍ରାର୍ଥୀ ହୋଇଥିବା ସଂଜୀବଙ୍କ ଶିବିରରେ ଯୋଗ ଦେଇଥିବାବେଳେ ଆଉ କିଛି ନୀରବ ବସିଛନ୍ତି । ଆଗାମୀ ନିର୍ବାଚନରେ ସେମାନଙ୍କ ଆଭିମୁଖ୍ୟ କଣ ହେବ, ତାହା ଏବେବି ଅସ୍ପଷ୍ଟ ରହିଛି । ଭଦ୍ରକ ଜିଲା ରାଜନୀତିରେ ଯୁଗଳ ପଟ୍ଟନାୟକ ହେଉଛନ୍ତି ଏପରି ଜଣେ ନେତା, ଯାହାଙ୍କର ବିକଳ୍ପ ନାହିଁ ବୋଲି କୁହାଯାଇପାରେ । ଗତ ୨୦୦୯ ନିର୍ବାଚନ ଠାରୁ ଯୁଗଳ ବାବୁ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ନିଜକୁ ଅପରାଜେୟ ନେତା ଭାବେ ସାବ୍ୟସ୍ତ କରି ଆସିଛନ୍ତି । ଦଳୀୟ ଭୋଟ ସହିତ ନିର୍ବାଚନ ମଣ୍ଡଳୀରେ ତାଙ୍କର ଅନ୍ୟୁନ ୨୦ ହଜାରରୁ ଉଦ୍ଧ୍ୱର୍ ପକେଟ୍ ଭୋଟ ରହିଥିବାର କୁହାଯାଉଛି । ଯାହାକି ଏବେ ଯୁଗଳଙ୍କ ଇଙ୍ଗିତକୁ ଅପେକ୍ଷା କରିଥିବା କୁହାଯାଉଛି । ତେଣେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଯୁଗଳ ବାବୁଙ୍କ ସବୁଠାରୁ ବଡ ଅନୁଗତ ନେତା କୁହାଯାଉଥିବା ହେମନ୍ତ ପାଢୀ(କାଳିଆ) ଇତିମଧ୍ୟରେ ବିଜେଡି ଛାଡି ନିଜର ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କର ବିଜେଡି ଛାଡିବା ଏବଂ ବିଜେପିରେ ଯୋଗଦାନ ପଛରେ କାହା ହାତ ରହିଛି, ତାହା ମଧ୍ୟ ଏବେ ଅସ୍ପଷ୍ଟ ରହିଛି । କୁହାଯାଉଛି ହେମନ୍ତଙ୍କ ନେତୃତ୍ୱରେ ଯୁଗଳ ସମର୍ଥକମାନେ ଏକାଠି ହୋଇ ନିର୍ବାଚନ ମଣ୍ଡଳୀରେ ବିଜେଡି ବିରୁଦ୍ଧରେ ଏକ ବଡ ବିପର୍ଯ୍ୟୟ ସୃଷ୍ଟି କରିବା ଯୋଜନାରେ ରହିଛନ୍ତି । ଗୋଟିଏ ପଟରେ ଯୁଗଳଙ୍କ ଟିକେଟ୍ କାଟକୁ ନିର୍ବାଚନ ମଣ୍ଡଳୀରେ ତାଙ୍କର ସମର୍ଥକ ସହଜରେ ଗ୍ରହଣ କରିପାରୁନଥିବାବେଳେ ତେଣେ ଦଳୀୟ ପ୍ରାର୍ଥୀ ହୋଇଥିବା ସଂଜୀବଙ୍କ ବିରୋଧରେ ପ୍ରତିପକ୍ଷ ଦଳର ଦୁର୍ବଳ ପ୍ରାଥ୍ୱର୍ତ୍ୱ ତାଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି । ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଥିବା ମୋଟ ୩୬ ଗୋଟି ପଂଚାୟତ ମଧ୍ୟରୁ ପ୍ରାୟ ୩୨ ଟି ପଂଚାୟତରେ ଯୁଗଳ ବାବୁଙ୍କ ଦବଦବା ରହିଛି । ନବାଗତ ସଂଜୀବଙ୍କ ପାଇଁ ପଂଚାୟତ ସ୍ତରରେ ଯୁଗଳଙ୍କ ଏହି ଭୋଟବ୍ୟାଙ୍କକୁ ହାତେଇବା ତାଙ୍କ ପାଇଁ ଏବେ ବଡ ଚ୍ୟାଲେଞ୍ଜ ହୋଇଛି । କାରଣ ଏହି ପଂଚାୟତ ଗୁଡିକରେ ଯୁଗଳଙ୍କ ର କେବଳ ନିଜସ୍ୱ ଭୋଟବ୍ୟାଙ୍କ ନୁହେଁ, ପରନ୍ତୁ ନିଜସ୍ୱ ସଂଗଠନ ରହିଛି । ଯାହାକି ନବାଗତ ପ୍ରାର୍ଥୀ ସଂଜୀବଙ୍କ ହାତରେ ନାହିଁ । ଯୁଗଳଙ୍କ ଏହି ଭୋଟ ବ୍ୟାଙ୍କ ଭାଙ୍ଗି ଦଳପାଇଁ ଭୋଟ ଯୋଗାଡ କରିବା ସେତେଟା ସହଜ ମନେ କରାଯାଇପାରୁନାହିଁ । କାରଣ ଯୁଗଳଙ୍କ ଟିକେଟ୍ କାଟ ପ୍ରସଙ୍ଗକୁ ଏବେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ତାଙ୍କର ବହୁ ସମର୍ଥକ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଏହାର ଜବାବ ଇଭିଏମ୍ରେ ଦେବାକୁ ମସୁଧା କରୁଥିବା ଜଣାପଡିଛି । ତେଣେ ଯେଉଁମାନଙ୍କୁ ଧରି ସଂଜୀବ ଯୁଗଳଙ୍କ ଦୁର୍ଗ ଭେଦ କରିବାକୁ ପ୍ରୟାସ କରୁଛନ୍ତି, ସେମାନଙ୍କ ସାମର୍ଥକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିଲାଗି ସଂଜୀବଙ୍କୁ ନିଜ ରଣନୀତି ବଦଳାଇବା ସହିତ କେବଳ ଦଳୀୟ ଭୋଟ୍ ନୁହେଁ ପରନ୍ତୁ ପ୍ରତିପକ୍ଷ ଦଳର ଅସନ୍ତୁଷ୍ଟ ଭୋଟକୁ ଆପଣେଇବାକୁ ପଡିବ । ତାହା ନହେଲେ ନିଶ୍ଚିତ ବିଜୟ ସମ୍ଭାବନା ରଖୁଥିବା ଏହି ନିର୍ବାଚନ ମଣ୍ଡଳୀ ବିଜେଡିର ହାତଛଡା ନହେବ କହିହେବ ନାହିଁ । ତେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସମ୍ମୁଖରେ ବିରୋଧାଭାସ ଫିକା ପଡିଯାଇପାରେ ବୋଲି ଆଲୋଚନା ହେଉଛି । ଅପରପକ୍ଷରେ ଯୁଗଳଙ୍କ ଭଳି ଜଣେ ବରିଷ୍ଠ ନେତା ଖୋଲାଖୋଲି ବିଦ୍ରୋହ କରିବାର ସମ୍ଭାବନା କ୍ଷୀଣ ଥିବା କୁହାଯାଉଛି । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image