Hindusthan Samachar
Banner 2 शुक्रवार, अप्रैल 19, 2019 | समय 21:53 Hrs(IST) Sonali Sonali Sonali Singh Bisht

କନ୍ଧମାଳରେ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଲଙ୍କା କାଣ୍ଡ

By HindusthanSamachar | Publish Date: Apr 17 2019 9:02PM
କନ୍ଧମାଳରେ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଲଙ୍କା କାଣ୍ଡ
ଏପ୍ରିଲ(ହି.ସ.) - ନିର୍ବାଚନ ଅବାଧ ଓ ସୁରକ୍ଷିତ ରହିବ ବୋଲି ପ୍ରଶାସନ ଯେଉଁ ଦମ୍ଭର ସହ କହିଥିଲା ତାହା ଫସର ଫାଟି ଯାଇଛି ର୍ମତାଦନର ଗୋଟିଏ ଦିନ ପୂର୍ବରୁ ମାଓବାଦୀମାନେ ଦେଖାଇଛନ୍ତି ସେମାନଙ୍କ କାର୍ଯ୍ୟକଳାପ ଘଟାଇଛନ୍ତି ବର୍ବର କାଣ୍ଡ । ଜଣେ ସେକ୍ଟର ଟିମର ମହିଳା ସଦସ୍ୟାଙ୍କୁ ଗୁଳି କରି ହତ୍ୟା କରିଥିବା ଅନ୍ୟଏକ ଯାଗାରେ ଦୁଇଟି ପୁଲିଂ ଟିମର ଗାଡିଗୁଡିକୁ ପୋଡିଦେଇଛନ୍ତି ମାଓବାଦୀ । ସେମାନଙ୍କ ଠାରୁ ଇଭିଏମ ଲୁଟି ନେଇଛନ୍ତିି । ଏହି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଂଚଳରେ ଥିବା ଦୁଇଟି ଯାଗାରେ । ଗତକାଲି ଏସପି ପ୍ରତିକ୍ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାରେ ଅବାଧ ଓ ସୁରକ୍ଷିତ ମତଦାନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୁଚନା ଦେଇଥିଲେ କିନ୍ତୁ କହିବାର ମାତ୍ର ୨୪ ଘଣ୍ଟା ହୋଇ ନଥିବାବେଳେ ମାଓବାଦୀମାନେ ଆଜି ସେମାନଙ୍କର ନିର୍ବାଚନ ବିରୋଧି ହିଂସାକାଣ୍ଡ ଘଟାଇଛନ୍ତି । ପ୍ରଥମେ ପୂର୍ବାହ୍ନ ୧୦ଟା ୩୦ରେ ଫିରିଙ୍ଗିଆ ବ୍ଲକର ଅନ୍ତର୍ଗତ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଂଚାୟତ ଅନ୍ତର୍ଗତ ମିଙ୍ଗୁନୁପଦର ଠାରେ ହୋଇଥିବା ୨ଟି ବୁଥ୍କୁ ଦୁଇଟି ବୋଲେରୋରେ ଦୁଇଟି ଟିମ ଯାଉଥିଲେ । ଏହି ଗାଡି ଦୁଇଟି ରୁବିଲତା ଘାଟି ଖସୁଥିବାବେଳେ ପ୍ରଥମେ ଦୁଇଟି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟାଇଥିଲେ ମାଓବାଦୀମାନେ । ହେଲେ ଗାଡି ଦୁଇଟି ଏହି ବିସ୍ଫୋରଣରୁ ବର୍ତିଯାଇଥିଲା ଗାଡିର ଡ୍ରାଇଭର ଭୟଭୀତ ହୋଇ ଗାଡିକୁ ଅଟକାଇବା ଫଳରେ ସଙ୍ଗେ ସଙ୍ଗେ ପ୍ରାୟ ୨୦ରୁ ଉଦ୍ଧ୍ୱର୍ ମାଓବାଦୀ ଗାଡି ଦୁଇଟି ନିକଟରେ ପହଂଚି ସେଥିରେ ବସିଥିବା ସମସ୍ତ ପୁଲିଂ ଷ୍ଟାଫଙ୍କୁ ପ୍ରଥମେ ଓହ୍ଲାଇ ଚାଲିଯିବାକୁ କହିଥିଲେ । ପ୍ରାଣ ବିକଳରେ ସମସ୍ତ ପୁଲିଂ କର୍ମଚାରୀ ଫେରିଯିବା ପରେ ମାଓବାଦୀମାନେ ଇଭିଏମ ଲୁଟ କରିବା ସହ ଗାଡି ଦୁଇଟିକୁ ନିଆଁ ଲଗାଇ ପୋଡି ଦେଇଥିଲେ । ଗୋଟିଏ ମୋଟର ସାଇକଲ ମଧ୍ୟ ମାଓବାଦୀମାନେ ପୋଡି ଦେଇଛନ୍ତି । ପୁଲିଂ କର୍ମଚାରୀମାନେ ଚାଲି ଚାଲି ୫ କିମି ଦୁର ସାଡିଙ୍ଗିଆ ଠାରେ ପହଂଚିବା ପରେ ପୁଲିସ ଖବର ପାଇ ସେମାନଙ୍କୁ ଉଦ୍ଧାର କରିଥିବା ଜଣା ପଡିଛି । ଏହି ଘଟଣାର ମାତ୍ର ୪ ଘଂଟା ପରେ ସେହି ଫିରିଙ୍ଗିଆ ବ୍ଲକର ଗୋଛାପଡା ଥାନା ପାହିରାଜୁ ପଂଚାୟତ ଅନ୍ତର୍ଗତ ବାରାହାଲା ନିକଟରେ ପୁଲିଂ ବୁଥ ଅନୁଧ୍ୟାନ କରିବାକୁ ଯାଇଥିବା ସେକ୍ଟର ଟିମର ଜଣେ ମହିଳା କର୍ମଚାରୀଙ୍କୁ ମାଓବାଦୀମାନେ ଗୁଳି କରିି ହତ୍ୟା କରିଛନ୍ତି । ବୋଲେରୋର ଡ୍ରାଇଭର ଉପସ୍ଥିତ ବୁଦ୍ଧି ଯୋଗୁଁ ଗାଡିରେ ବସିଥିବା ଅନ୍ୟ ଦୁଇ କର୍ମଚାରୀଙ୍କ ଜୀବନ ୧ ନିଜେ ଡ୍ରାଇଭରଙ୍କ ଜୀବନ ବଂଚିଯାଇଛି । ଟିମର ସେକ୍ଟର ଅଧିକାରୀ ତଥା ଲୁଇସିଂ ପଂଚାୟତ ନିର୍ବାହୀ ଅଧିକାରୀ ପ୍ରକାଶ ଚନ୍ଦ୍ର ଦାସଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସେ, ଲୁଇସିଂ ପଂଚାୟତର ଜିଆରଏସ ସଂଯୁକ୍ତ ଦିଗାଲ(୨୮), ଯୋଗାଣ ସହୟକ ସୁରେଶ ସାହୁ ପ୍ରମୁଖ ବୋଲେରୋ ନଂ ଓଆର୦୨ଏ ୩୧୨୧ ଯୋଗେ ବାରାହାଲ ବୁଥ୍ ଅନୁଧ୍ୟାନ କରିବାକୁ ଯାଉଥିଲେ । ଦିନ ପ୍ରାୟ ୨ଟା ୩୦ ସମୟରେ ବାରାହାଲ ଠାରୁ ୫ କିମ ପୂର୍ବରୁ ଥିବା ଏକ ପୋଲ ନିକଟରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏହା ଗାଡିର ଠିକ୍ ୨-୩ ଫୁଟ ଦୁରରେ ଘଟିଥିଲା ଫଳରେ ଏହି ଗାଡିଟି ମଧ୍ୟ ବିସ୍ଫୋରଣରୁ ବର୍ତିଯାଇଥିଲା । ଗାଡି ଚାଳକ ହଠାତ୍ ବ୍ରେକ୍ ଦେଇ ଦେବାରୁ ଲାଣ୍ଡାମାଇନରୁ ଗାଡିଟି ବଂଚିଯାଇଥିଲା ବୋଲି ପ୍ରତ୍ୟକ୍ଷଭାବରେ ଗାଡିରେ ଥିବା କର୍ମଚାରୀ ମାନଙ୍କ ଠାରୁ ଜଣାପଡିଛି । ଡ୍ରାଇଭର ଚତୁରତାର ସହ ଗାଡିକୁ ପଛକୁ ବୁଲାଇ ôଦତ ଗତିରେ ଫେରି ଆସୁଥିବା ବେଳେ ମାଓବାଦୀମାନେ ଗାଡି ଉପରୁକୁ ଆଖିବୁଜା ଗୁଳି ଚଳାଇ ଥିଲେ । ସେଥିରୁ ଗୋଟିଏ ଗୁଳି ଗାଡିର ମଝି ସିଟ୍ରେ ବସିଥିବା ସଂଯୁକ୍ତାଙ୍କ ମୁଣ୍ଡରେ ବାଜିଥିଲା । ସଙ୍ଗେ ସଙ୍ଗେ ସେହି ଗାଡି ଭିତରେ ହିଁ ସଂଯୁକ୍ତାଙ୍କର ମୃତ୍ୟୁ ଘଟିଥିଲା । ଡ୍ରାଇଭର ଗାଡି ନ ଅଟକାଇ ଦୃତଗତିରେ ସିଧା ବାଲନ୍ଦାପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲା । ତେବେ ସେଠାରେ ଡାକ୍ତର ଫୁଲବାଣୀ ଜିଲ୍ଲା ମୁଖ୍ୟ ହ୍ସିପଟାଲକୁ ରେଫର କରି ଦେଇଥିଲେ । ସେଠାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ଅଣାଯାଇଥିଲା ସେଠାରେ ଡାକ୍ତର ସଞ୍ଜୁକ୍ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଜାଣିବା ପରେ ହସ୍ପିଟାଲ ପରିସର ଲୋକରାଣ୍ୟ ହୋଇ ପଡିଥିଲା । ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଫୁଲବାଣୀ ଉପଖଣ୍ଡ ପୋଲସ ଅଧିକାରୀ ଆଲବିନସ କେରକେଟା, ଟାଉନଥାନ ଅଧିକାରୀ ସତ୍ୟବ୍ରତ ରାଉତ ପୁଲିସ ଫୋର୍ସ ସହ ହସ୍ପିଟାଲରେ ପହଂଚିଛନ୍ତି । ତେବେ ଜିଲ୍ଲାପାଳ କିମ୍ବା ଏସପିଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନଥିବାରୁ ଘଟଣା ସମ୍ପର୍କରେ ସେମାନଙ୍କ ପ୍ରତିକ୍ରିୟା ଜଣାପଡି ନାହିଁ । ସଂଯୁକ୍ତାଙ୍କ ସମ୍ପର୍କୀୟ ହ୍ସିପାଟଲରେ ପହଂଚି ଥିଲେ, ସେ କିଛି ବର୍ଷହେଲା ବିବାହ କରିଥିଲେ । ଫୁଲବାଣୀ ଜିଆରଏସ ସଂଘତ ତରଫରୁ ଡାକ୍ତରଖାନାରେ ପହଂଚି ଥିଲେ ସେମାନଙ୍କ ଭିତରେ ଉତେଜନା ପ୍ରକାଶ ପାବା ସହିତ ସଞ୍ଜୁକ୍ତାଙ୍କ ପରିବାରକୁ ତୁରନ୍ତ କ୍ଷତିପୁରଣ ପ୍ରଦାନ ପାଇଁ ଦାବୀ କରାଯାଇଥିଲା । ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image