Hindusthan Samachar
Banner 2 शुक्रवार, अप्रैल 19, 2019 | समय 22:25 Hrs(IST) Sonali Sonali Sonali Singh Bisht

ଖଣ୍ଡିଆବନ୍ଦୀ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ

By HindusthanSamachar | Publish Date: Apr 17 2019 8:56PM
ଖଣ୍ଡିଆବନ୍ଦୀ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ
ଧର୍ମଶାଳା,୧୭ଅପ୍ରେଲ(ହି.ସ.) - ବଡଚଣା ବ୍ଳକ ଭୁଷଣ୍ଡପୁର ପଂଚାୟତର ଖଣ୍ଡିଆବନ୍ଧୀ ଗ୍ରାମର ସୁରେନ୍ଦ୍ରନାଥ ପଣ୍ଡାଙ୍କ ବାସଭବନରେ ତିନିଦିନ ଧରି ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ରବିବାର ଶୁଭାଦିବସ, ସୋମବାର ନାମ କୀର୍ତନ ଓ ମଙ୍ଗଳବାର ନଗର କୀର୍ତନ ଅନୁଷ୍ଠିତ ହୋଇଥିଲା । ଭୁଷଣ୍ଡପୁର, ମାଳଆନନ୍ଦପୁର, କୋହ୍ଲସାହି, ତୁରଙ୍ଗ, ମହାଖଳା ଓ ତାଳୁଆ ବାଲିକୁଦାର ସଂକୀର୍ତନ ମଣ୍ଡଳୀ ଏହି ନାମ ଯଜ୍ଞରେ ଉପସ୍ଥିତ ରହି ହରିନାମ କୀର୍ତନ କରିଥିଲେ । ବଡଚଣା ବିଜେଡି ବିଧାୟକ ପ୍ରାର୍ଥୀ ଅମର ପ୍ରସାଦ ଶତପଥି, ବଡଚଣା ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ, କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜୟ ସାମଲ, ସ୍ୱାଧିନ ପ୍ରାର୍ଥୀ ଯଚୀନ୍ଦ୍ର ସାହୁ, ରାଜ୍ୟ ମହିଳା ବିଜେଡି ସାଧାରଣ ସଂପାଦିକ ମନୋରମା ଆଚାର୍ଯ୍ୟ, ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, କେଦାରନାଥ ଦାସଙ୍କ ସମେତ ସ୍ଥାନୀୟ ବହୁ ବ୍ୟକ୍ତି ଯୋଗଦେଇ ପ୍ରଭୁଙ୍କ ଆଶିଷ ଲାଭ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image