Hindusthan Samachar
Banner 2 रविवार, अप्रैल 21, 2019 | समय 07:39 Hrs(IST) Sonali Sonali Sonali Singh Bisht

ବିଜୁଙ୍କ ସ୍ୱପ୍ନ ଓ ନବୀନଙ୍କ ସଂକଳ୍ପକୁ ନେଇ ମୈଦାନରେ ଶଶୀଭୂଷଣ

By HindusthanSamachar | Publish Date: Apr 17 2019 8:57PM
ବିଜୁଙ୍କ ସ୍ୱପ୍ନ ଓ ନବୀନଙ୍କ ସଂକଳ୍ପକୁ ନେଇ ମୈଦାନରେ ଶଶୀଭୂଷଣ
ପଟ୍ଟାମୁଣ୍ଡାଇ, ୧୭ ଏପ୍ରିଲ(ହି.ସ.) - ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୂମି ତଥା ଅଣକଂଗ୍ରେସ ରାଜନୀତିର ଅଭେଦ୍ୟ ଦୂର୍ଗ କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀର ସ୍ୱତନ୍ତ୍ର ଗୁରୁତ୍ୱ ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ରହିଛି । ଏକଦା ମନ୍ତ୍ରୀପଡା ଭାବେ ପରିଚିତ କେନ୍ଦ୍ରାପଡା ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରିଆସୁଥିଲେ ମଧ୍ୟ ସଂପ୍ରତି କେନ୍ଦ୍ରାପଡାର ଟାଣୁଆନେତାମାନେ ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି । କେନ୍ଦ୍ରାପଡା ଆସନରେ ବର୍ତମାନର ବିଧାୟକ କିଶୋର ତରାଇ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଯୁବନେତା ରାଜେଶ ଦାସ, ସମାଜସେବୀ ଇଂ. ମୂରଲୀଧର ସେଠୀଙ୍କ ସମେତ ବହୁ ନେତା ବିଜେଡି ଟିକେଟରେ ଲଢିବା ପାଇଁ ଜୋରଦାର ଲବି କରିଥିଲେ । ଏଥି ପାଇଁ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀମାନେ ପରସ୍ପର ବିରୁଦ୍ଧରେ ଲଢେଇ କରିବା ଯୋଗୁଁ କେନ୍ଦ୍ରାପଡାକୁ ନେଇ ଦଳୀୟ ନେତୃତ୍ୱଙ୍କ ମୁଣ୍ଡବ୍ୟଥା ସୃଷ୍ଟି ହୋଇଥିଲା । କେନ୍ଦ୍ରାପଡାର ସାଂପ୍ରତିକ ରାଜନୈତିକ ପରିସ୍ଥିତିକୁ ଲକ୍ଷ୍ୟ କରି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ସମାଜବାଦୀ ଆନ୍ଦୋଳନର ଅନ୍ୟତମ ଅଗ୍ରଦୂତ ନୀତିନିଷ୍ଠ ଅନୁଭବୀ ରାଜନେତା ସର୍ବୋପରି ବିଜୁବାବୁଙ୍କ ପଟ୍ଟଶିଷ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଶେଷ ମୁହୂର୍ତରେ କେନ୍ଦ୍ରାପଡା ଆସନରେ ଦଳୀୟ ଟିକେଟ ଦେଇଥିଲେ । ଏଥି ନେଇ ଦଳୀୟ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲେ ମଧ୍ୟ ଅନୁଭବୀ ରାଜନେତା ଶ୍ରୀବେହେରା ଦଳୀୟ ସଂଗଠନକୁ ସଜାଡି ନିର୍ବାଚନ ପ୍ରଚାର ପାଇଁ ଅଗ୍ରସର ହୋଇଛନ୍ତି । କେନ୍ଦ୍ରାପଡାର ବିକାଶ ପାଇଁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଅଙ୍ଗୀକାରବଦ୍ଧ ହୋଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କର ନିଷ୍ଠା, ଦୃଢ ନେତୃତ୍ୱ ଓ ଦକ୍ଷତା ପାଇଁ ସାଧାରଣରେ ବେଶ ଲୋକପ୍ରିୟ ଶ୍ରୀବେହେରା କେନ୍ଦ୍ରାପଡା ପାଇଁ ନୂଆ ହୋଇଥିଲେ ମଧ୍ୟ ନବୀନଙ୍କ ବିକାଶଧାରା ପାଇଁ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି । ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ରାଜନୈତିକ ଜୀବନ୍ୟାସ ଦେଇଥିବା କେନ୍ଦ୍ରାପଡାର ପବିତ୍ର ମାଟିରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ସୁଯୋଗ ଲାଭ କରିବା ଗୌରବର ବିଷୟ ବୋଲି ଅର୍ଥମନ୍ତ୍ରୀ ଶ୍ରୀବେହେରା ପ୍ରକାଶ କରିଛନ୍ତି । କେନ୍ଦ୍ରାପଡା ରାଜନୀତିରେ ନୂଆ କରି ପାଦ ଦେଇଥିବା ଅନୁଭବୀ ରାଜନେତା ଶ୍ରୀବେହେରାଙ୍କ ପାଇଁ ଆଗାମୀ ଦିନରେ ବହୁ ଆହ୍ୱାନ ସୃଷ୍ଟି ହୋଇଥିଲେ ମଧ୍ୟ ସବୁ ପ୍ରତିବନ୍ଧକକୁ ଏଡାଇ ସେ ନିଜର ଲକ୍ଷ୍ୟସ୍ଥଳରେ ପହଂଚି ପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ନିଜର ଦୃଢ ମନୋବଳ ଓ ଇଛାଶକ୍ତିକୁ ଆଧାର କରି ଶ୍ରୀବେହେରା କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ଅଂଚଳରେ ଜୋରଦାର ନିର୍ବାଚନ ପ୍ରଚାର କରିବା ସହିତ ନବୀନଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଓ ସରକାରଙ୍କ ସଫଳତାର ବାର୍ତା ଘରେ ଘରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି । କେନ୍ଦ୍ରାପଡାରେ ବିକାଶ ପାଇଁ ସେ ଆରମ୍ଭ କରିଥିବା ଅଭିଯାନରେ ସବୁବର୍ଗର ଲୋକମାନେ ସାମିଲ ହୋଇ ଅଞ୍ଚଳବାସୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଚାର ଅବସରରେ ବିଜେଡି ପ୍ରାର୍ଥୀ ଶ୍ରୀବେହେରା ନିବେଦନ କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image