Hindusthan Samachar
Banner 2 शुक्रवार, अप्रैल 19, 2019 | समय 22:21 Hrs(IST) Sonali Sonali Sonali Singh Bisht

ସଂସାରଫଳ, ଖଣତା ଓ ଓଉପଦାରେ ଅଂଶୁମାନଙ୍କ ରୋଡସୋ

By HindusthanSamachar | Publish Date: Apr 17 2019 8:57PM
ସଂସାରଫଳ, ଖଣତା ଓ ଓଉପଦାରେ ଅଂଶୁମାନଙ୍କ ରୋଡସୋ
ପଟ୍ଟାମୁଣ୍ଡାଇ, ୧୭ ଏପ୍ରିଲ(ହି.ସ.) - ରାଜନଗର ଆସନରେ କଂଗ୍ରେସର ବିପୁଳ ବିଜୟ ପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଏହି ଉପଲକ୍ଷେ ରାଜନଗର ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ, ଖଣତା ଓ ଓଉପଦାରେ ରୋଡସୋ ଜରିଆରେ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି । ଅଂଶୁମାନଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ଯଦୁମଣି ଦାସ, ନଗର କଂଗ୍ରେସ ସଭାପତି ପ୍ରଦୀପ ପ୍ରଧାନ, ଜିଲ୍ଲା ଯୁବକଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ପିସିସି ସଭ୍ୟ ମଳୟ ଦାସ, ସଂସାରଫଳ ସରପଂଚ ମିନତୀ ପାତ୍ର, ସମିତିସଭ୍ୟା ନିର୍ମଳା ପ୍ରଧାନ, ଯୁବନେତା ଟୁନା ଦାଶ, ଶ୍ରୀରାମପୁର ସରପଂଚ ବିରଂଚି ଦାଶ, ମାଗୁଣୀ ଲେଙ୍କା, ସମୀର ପ୍ରଧାନ, ନିମାଇଁ କର, ଗୌରାଙ୍ଗ ସାମନ୍ତରାୟ, ଅକ୍ଷୟ ସାମଲ ପ୍ରମୁଖ ବହୁ କଂଗ୍ରେସନେତା ଓ କର୍ମକର୍ତା ଏକ ବିରାଟ ବାଇକ ଶୋଭାଯାତ୍ରାରେ ରୋଡସୋରେ ସାମିଲ ହୋଇଥିଲେ । ଏହି ରୋଡସୋ ସଂସାରଫଳ, ଖଣତା ଓ ଓଉପଦା ପଂଚାୟତର ବିଭିନ୍ନ ଅଂଚଳ ପରିକ୍ରମା କରି ଜନସାଧାରଣଙ୍କୁ କଂଗ୍ରେସ ସପକ୍ଷରେ ମତଦାନ କରି ଅପ୍ରତିଦ୍ୱନ୍ଦୀ ଯୁବ ନେତୃତ୍ୱ ତଥା କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ରୋଡସୋ ସମୟରେ ବିଭିନ୍ନ ସ୍ଥାନରେ ଜନସାଧାରଣ ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ଶ୍ରୀମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ରୋଡସୋ ପରେ ସଂସାରଫଳ , ଖଣତା ଓ ଓଉପଦା ପଞ୍ଚାୟତର କଂଗ୍ରେସକର୍ମୀ ମହଲରେ ଯଥେଷ୍ଟ ଉତ୍ସାହ ପ୍ରକାଶ ପାଇଛି । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image