Hindusthan Samachar
Banner 2 सोमवार, अप्रैल 22, 2019 | समय 17:29 Hrs(IST) Sonali Sonali Sonali Singh Bisht

କଳପଡାରେ ବିଜେଡିର ନିର୍ବାଚନ ସଭାରେ ଶଶୀଭୂଷଣଙ୍କ ଆହ୍ୱାନ

By HindusthanSamachar | Publish Date: Apr 17 2019 8:49PM
କଳପଡାରେ ବିଜେଡିର ନିର୍ବାଚନ ସଭାରେ ଶଶୀଭୂଷଣଙ୍କ ଆହ୍ୱାନ
କେନ୍ଦ୍ରାପଡ଼ା,୧୭ଅପ୍ରେଲ(ହି.ସ.) - କେନ୍ଦ୍ରାପଡା ବ୍ଲକ ଅଧିନ କଳପଡା ପଂଚାୟତରେ ବିଜେଡି ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଅଭିଯାନ ଜୋରଦାର କରାଯାଇଛି । ବୁଧବାର ସଂନ୍ଧ୍ୟାରେ ଏହି ପଂଚାୟତ ଅଧିନ ବିଭିନ୍ନ ଗ୍ରାମ ମାନଙ୍କରେ ପ୍ରଚାର କାର୍ଯ୍ୟ କରାଯିବା ସହ ସଭାର ଆୟୋଜନ କରାଯାଇଥିଲା । ବିଜେଡି ବ୍ଲକ ସଭାପତି ଆଲୋକ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିର୍ବାଚନୀ ସଭାରେ ଅର୍ଥମନ୍ତ୍ରୀ ତଥା ବିଜେଡି ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ଶଶୀଭୂଷଣ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ବ୍ଲକ ଚେୟାରମ୍ୟାନ୍ ଅନାମ ବଂଧୁ ଧଳ, ଭଜକୃଷ୍ଣ ରାଉତ, ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ, ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା ଯୋଜନା ବୋର୍ଡ ସଭ୍ୟ ଜ୍ୟୋସ୍ନାରାଣୀ ଜେନା ପ୍ରମୁଖ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରାର୍ଥୀ ଶ୍ର୍ରୀ ବେହେରାଙ୍କୁ ବିପୁଳ ପରିମାଣରେ ମତଦାନ କରିବାକୁ ଆହ୍ୱାନ ଦେଇଥିଲେ । ହିନ୍ଦୁସ୍ଥାନ ସମାଚାର/ରବି/ଭାନୁ
लोकप्रिय खबरें
फोटो और वीडियो गैलरी
image