Hindusthan Samachar
Banner 2 रविवार, अप्रैल 21, 2019 | समय 09:39 Hrs(IST) Sonali Sonali Sonali Singh Bisht

ବିଜେଡି ଲିଗାଲ ଫ୍ରଟ ପକ୍ଷରୁ ପ୍ରାର୍ଥୀ ଶଶିଭୂଷଣଙ୍କୁ ସମ୍ବର୍ଦ୍ଧନା

By HindusthanSamachar | Publish Date: Apr 17 2019 8:50PM
ବିଜେଡି ଲିଗାଲ ଫ୍ରଟ ପକ୍ଷରୁ ପ୍ରାର୍ଥୀ ଶଶିଭୂଷଣଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା,୧୭ଅପ୍ରେଲ(ହି.ସ.) - ବିଜେଡି ଲିଗାଲ ଫଣ୍ଡ କେନ୍ଦ୍ରାପଡା ଜିଲ୍ଲା ସଂଗଠନ ପକ୍ଷରୁ ବିଜେଡି ଦଳ ପକ୍ଷରୁ କେନ୍ଦ୍ରାପଡା ଆସନରୁ ପ୍ରାର୍ଥୀ ହୋଇଥିବା ଶଶିଭୂଷଣ ବେହେରାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବୁଧବାର ପୂର୍ବାହ୍ନରେ ପ୍ରାର୍ଥୀ ଶ୍ରୀ ବେହେରା ପ୍ରଚାର କାର୍ଯ୍ୟରେ ଆସି କେନ୍ଦ୍ରାପଡା ଅଦାଲତ ପରିସରରେ ପହଁଚିଥିଲେ । କୋର୍ଟ ପରିସରରେ ଥିବା କୁଳବୃଦ୍ଧ ମଧୁସୁଦନ ଦାସଙ୍କ ସମେତ ମହାପୁରୁଷ ମାନଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏ ଅବସରରେ ଲିଗାଲ ଫ୍ରଂଟର ଜିଲ୍ଲା ସଭାପତି ବରିଷ୍ଠ ଆଇନ୍ଜିବୀ ଭୀମସେନ ଭୂୟାଁ, ରାଜ୍ୟ ପରିଷଦ ସଭ୍ୟ ସଂଜୟ କୁମାର ଜେନା, ଗଗନ ବିହାରୀ ଜେନା, ଗୋବର୍ଦ୍ଧନ ରାଉତ, ଚୈତନ୍ୟ ଚରଣ ମଲ୍ଲିକ, କୁଂଜ ବିହାରୀ ପରିଡା, ଗୋକୁଳି ରଂଜନ ଦାସ, ନିରଞ୍ଜନ ବଳ, ମାନସ ରଂଜନ ଧଳ ପ୍ରମୁଖ ଆଇନ୍ଜିବୀମାନେ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ରବି/ଭାନୁ
लोकप्रिय खबरें
फोटो और वीडियो गैलरी
image