Hindusthan Samachar
Banner 2 शुक्रवार, अप्रैल 19, 2019 | समय 22:04 Hrs(IST) Sonali Sonali Sonali Singh Bisht

କେନ୍ଦ୍ରାପଡାରୁ ପ୍ରାର୍ଥୀ ହେବାର ସୁଯୋଗ ମିଳିବା ମୋ ପାଇଁ ଗୈାରବର ବିଷୟ - ଶଶିଭୂଷଣ

By HindusthanSamachar | Publish Date: Apr 17 2019 8:50PM
କେନ୍ଦ୍ରାପଡାରୁ ପ୍ରାର୍ଥୀ ହେବାର ସୁଯୋଗ ମିଳିବା ମୋ ପାଇଁ ଗୈାରବର ବିଷୟ - ଶଶିଭୂଷଣ
କେନ୍ଦ୍ରାପଡ଼ା,୧୭ଅପ୍ରେଲ(ହି.ସ.) - ପ୍ରବାଦ ପୁରୁଷ ବିଜୁ ବାବୁଙ୍କ କର୍ମଭୂମି କେନ୍ଦ୍ରାପଡା ଏକ ଏ÷÷ତିହ୍ୟସଂପନ୍ନ ଓ ରାଜନୈତିକ ସଚେତନ ଅଂଚଳ ଭାବେ କେବଳ ରାଜ୍ୟ ନୁହେଁ ସମଗ୍ର ଦେଶରେ ସୁପରିଚିତ । ବିଜୁବାବୁଙ୍କ ନାମ ଆସିବା ମାତ୍ରେ କେନ୍ଦ୍ରାପଡାର ନାମ ମଧ୍ୟ ସ୍ମରଣକୁ ଆସିଥାଏ । କେନ୍ଦ୍ରାପଡା ବିଜୁବାବୁଙ୍କୁ ରାଜନୈତିକ ପୁନର୍ଜୀବନ ପ୍ରଦାନ କରିଥିବାବେଳେ ବିଜୁବାବୁ ମଧ୍ୟ କେନ୍ଦ୍ରାପଡାର ସୁନାମକୁ କେବେହେଲେ ତଳେ ପକାଇନାହାଁନ୍ତି । ଏହି ରାଜନୈତିକ, ସାଂସ୍କୃତିକ ଓ ଏ÷÷୍ୟତିହ୍ୟ ଅଂଚଳରୁ ପ୍ରାର୍ଥୀ ହେବାପାଇଁ ମୋତେ ସୁଯୋଗ ମିଳିଥିବାରୁ ଏହା ମୋ ପାଇଁ ଅତ୍ୟନ୍ତ ଗୈାରବର ବିଷୟ ବୋଲି ବିଜେଡି ପକ୍ଷରୁ ବିଧାନସଭାକୁ ପ୍ରାର୍ଥୀ ହୋଇଥିବା ଅର୍ଥ, ଅବକାରୀ ଓ କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା ମତବ୍ୟକ୍ତ କରିଥିଲେ । ଜିଲ୍ଲା ବିଜେଡି ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅଧିନ କପାଳେଶ୍ୱର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଆୟୋଜିତ ବିଜୁବାବୁଙ୍କ ୨୨ତମ ଶ୍ରାଦ୍ଧ ଉତ୍ସବ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରାର୍ଥୀ ଶ୍ରୀ ବେହେରା ଏହିଭଳି ସ୍ମୃତିଚାରଣ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏଭଳି ଏକ ସଚେତନ ଅଂଚଳରୁ ମୁଁ ପ୍ରାର୍ଥୀ ହୋଇ ସମସ୍ତଙ୍କର ସହଯୋଗ କାମନା କରୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ଆଦର୍ଶରେ ବିଜୁଜନତା ଦଳ ଗଠନ କରି ଦୀର୍ଘ ୧୯ ବର୍ଷ ହେଲା ଲୋକପ୍ରିୟ ଶାସନ ପ୍ରତିଷ୍ଠା କରି ବିଜୁବାବୁଙ୍କ ଅପୂର୍ଣ୍ଣ ସ୍ୱପ୍ନକୁ ସଂପୂର୍ଣ୍ଣ କରିବାପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ମଂଚରେ ଉପସ୍ଥିତ ଥିବା ବିଧାୟକ କିଶେ।।ର ଚନ୍ଦ୍ର ତରାଇ ଓ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କୁ ଲକ୍ଷ୍ୟ କରି କହିଥିଲେ ଯେ ଏହି ଦୁଇଜଣଙ୍କ ସମେତ ବିଜେଡିର କର୍ମକର୍ତା ଓ କର୍ମୀମାନଙ୍କ ଅକୁଣ୍ଠ ସହଯୋଗରେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିର୍ବର୍ାଚନ ବୈତରଣୀ ପାର ହେବାକୁ ପଡିବ । ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ଉତ୍ସବ ଓ ସମ୍ବର୍ଦ୍ଧନା ସଭାରେ ବିଜେଡି ସଭାପତି ତଥା ବିଧାୟକ କିଶୋର ଚନ୍ଦ୍ର ତରାଇ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଣ୍ଟାବାନ୍ଧି ବିଧାୟକ ତଥା କେନ୍ଦ୍ରାପଡା ପାଇଁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଥିବା ମହମ୍ମଦ ଆୟୁମ୍ ଖାଁ, କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି, ଜିଲ୍ଲା ମହାସଚିବ ନିଶିକାନ୍ତ ପ୍ରଧାନ, ସ୍ଥାନୀୟ ସରପଂଚ ଗାୟତ୍ରୀ ମହାନ୍ତି, ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ, ଉପସଭାପତି ଦୁର୍ଗା ପ୍ରସାଦ ପତି, ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ପ୍ରଦୀପ୍ତ ମହାନ୍ତି, ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁ, ରତିକାନ୍ତ ସାହାଣୀ, ସଂପାଦକ ସୁର୍ଯ୍ୟ ମହାନ୍ତି, ରାଜ୍ୟ ମାଇନରିଟି ସେଲ୍ର ରାଜ୍ୟ ଉପସଭାପତି ଖାଦିମ୍ ବକ୍ସ, ରାଜ୍ୟ ମହିଳା ବିଜେଡି ସାଧାରଣ ସଂପାଦିକା ଜ୍ୟୋସ୍ନାରାଣୀ ପରିଡା , ଆଲେକ ସାହୁ, ସ୍ନେହପ୍ରଭା ତ୍ରିପାଠୀ, ପ୍ରମୁଖ ବକ୍ତବ୍ୟ ରଖି ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ମତଦାନ କରି ପଂଚମଥର ପାଇଁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଆହ୍ୱାନ ଦେଇଥିଲେ । ଏ ଅବସରରେ କାର୍ଯ୍ୟକାରୀ ସଭାପତି ଅକ୍ଷୟ ମେକାପ, ଚିତରଂଜନ ବେହେରା, ଗୈାତମ ସ୍ୱାଇଁ ସଂପାଦକ ଦେବାଶିଷ ପଣ୍ଡା ପ୍ରମୁଖ ନୂତନ କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ନୀରଞ୍ଜନ ସାହୁ, ମୀନକେତନ ସାମଲ, ଦେବାଶିଷ ସ୍ୱାଇଁ, କିଶୋର ମହାରଣା, ସୁଶାନ୍ତ ଦାସ, ଶିଶିର ମଲ୍ଲିକ, ସୈାମ୍ୟରଂଜନ ସିଂ, ପ୍ରତାପ ଦାସ, ମୀର ମୁଜିବ ବକ୍ସ, ପ୍ରମୋଦ ପ୍ରଧାନ, ସନ୍ନତ ଜେନା, ନୀରଞ୍ଜନ ବାରିକ, ରାଜୀବ ଖାନ୍, ଗୋବର୍ଦ୍ଧନ ମଲ୍ଲିକ, ଗଣେଶ ଜେନା, ପର୍ଶୁରାମ ସେଠୀ, ଅର୍ଜୁନୀ ଦାସ, ଅଭିରାମ ସ୍ୱାଇ, ଅକ୍ଷୟ ସେଠୀ, ପ୍ରମୁଖ ବିଜେଡି ଯୁବକର୍ମୀମାନେ କାର୍ଯର୍୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ରବି/ଭାନୁ
लोकप्रिय खबरें
फोटो और वीडियो गैलरी
image