Hindusthan Samachar
Banner 2 शुक्रवार, अप्रैल 19, 2019 | समय 22:24 Hrs(IST) Sonali Sonali Sonali Singh Bisht

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାପାଳଙ୍କ ସହ ବିଜେପି ନେତୃବୃନ୍ଦଙ୍କ ଆଲୋଚନା

By HindusthanSamachar | Publish Date: Apr 17 2019 8:50PM
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାପାଳଙ୍କ ସହ ବିଜେପି ନେତୃବୃନ୍ଦଙ୍କ ଆଲୋଚନା
କେନ୍ଦ୍ରାପଡ଼ା,୧୭ଅପ୍ରେଲ(ହି.ସ.) - ଚଳିତ ସାଧାରଣ ନିର୍ବାଚନ ଉପଲକ୍ଷେ ପ୍ରଚାର ପାଇଁ ବିଜେପିର ମୁଖ୍ୟ କ୍ୟାମ୍ପେନର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୩ତାରିଖ ଦିନ କେନ୍ଦ୍ରାପଡା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାଧାରଣ ସଭାର ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୃତି ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ସୁରକ୍ଷାକୁ ନେଇ ସମନ୍ୱୟ ରକ୍ଷା କରିବା ଉପରେ କେନ୍ଦ୍ରାପଡାର ବିଜେପି ନେତା ଭୁବନ ମୋହନ ଜେନାଙ୍କ ନେତୃତ୍ୱରେ ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସଭାରେ ବିପୁଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଥିପାଇଁ ଜିଲ୍ଲାର ବାରୋ ପଡିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ । ଏଥିନିମନ୍ତେ ସେ ସଭାସ୍ଥଳକୁ ଆସିବା ପାଇଁ ହେଲିପ୍ୟାଡ୍ ବ୍ୟବସ୍ଥା ଓ ଏହାର ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରଶ୍ମିରଂଜନ ପ୍ରଧାନ, ପବିତ୍ର ପରିଡା, ପ୍ରତାପ ମିଶ୍ର, ହେମନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ହିନ୍ଦୁସ୍ଥାନ ସମାଚାର/ରବି/ଭାନୁ
लोकप्रिय खबरें
फोटो और वीडियो गैलरी
image