Hindusthan Samachar
Banner 2 रविवार, अप्रैल 21, 2019 | समय 08:30 Hrs(IST) Sonali Sonali Sonali Singh Bisht

ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ୨୨ ତମ ଶ୍ରାଦ୍ଧ ଦିବସ ପାଳିତ

By HindusthanSamachar | Publish Date: Apr 17 2019 8:50PM
ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ୨୨ ତମ ଶ୍ରାଦ୍ଧ ଦିବସ ପାଳିତ
ଭୁବନେଶ୍ୱର, ୧୭ ଅପ୍ରେଲ (ହି.ସ.)- ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ୨୨ ତମ ଶ୍ରାଦ୍ଧ ଦିବସ ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ କାର୍ଯ୍ୟାଳୟକୁ ଯାଇ ସମ୍ପୃକ୍ତ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିପରି ଦଳର କାର୍ଯ୍ୟକର୍ତା, ରାଜ୍ୟ କାର୍ଯ୍ୟକର୍ତା, ପୂର୍ବତନ ସାଂସଦ ଡ. ପାଟଶାଣୀ, ପୂର୍ବତନ ବିଧାୟକ, ଜିଲ୍ଲା କାର୍ଯ୍ୟକର୍ତାମାନେ ଯାଇ ସ୍ୱର୍ଗତ ବିଜୁବାବୁଙ୍କ ଫଟୋରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟପକ୍ଷରେ ବିଧାନସଭା ପ୍ରାଙ୍ଗଣରେ ଥିବା ବିଜୁବାବୁଙ୍କର ପ୍ରତିମୂର୍ତି ଉପରେ ମଧ୍ୟରେ ଉକ୍ରଳ ସମ୍ମିଳନୀ, ସ୍ୱେଚ୍ଛାସେବୀ ସଂଗଠନ, ସ୍ୱାଧିନତା ସଂଗ୍ରାମୀ ମାନେ ଯାଇ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ଭାନୁ
लोकप्रिय खबरें
फोटो और वीडियो गैलरी
image