Hindusthan Samachar
Banner 2 रविवार, अप्रैल 21, 2019 | समय 09:39 Hrs(IST) Sonali Sonali Sonali Singh Bisht

ଚିତ୍ରକୋଣ୍ଡା ଡାଏଟ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ

By HindusthanSamachar | Publish Date: Apr 17 2019 8:51PM
ଚିତ୍ରକୋଣ୍ଡା ଡାଏଟ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ
ମାଲକାନଗିରି,୧୭ ଏପ୍ରିଲ(ହି.ସ)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାଠାରେ ଥିବା ଡାଏଟ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ ମଙ୍ଗଳବାର ରାତ୍ରରେ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ଶୈଳରାଜ ଏମଜିକ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ସତ୍ୟଜିତ ବରାଳ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ମାଲକାନଗିରି ସରକାରୀ ପଲିଟେକନିକ୍ ମହା ବିଦ୍ୟାଳୟର ପ୍ରଫେସର ଅମିତ କୁମାର ତିର୍କି ଏବଂ ସମ୍ମାନିତ ଅତିଥିଭାବେ ସମାଜସେବୀ ଦେବେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ମାନସ ରଂଜନ ସାହୁ, ହେମନ୍ତ ଦଳପତି, ଦୀନବନ୍ଧୁ ହାଲୁଆ ଓ ଅନିତା ମଲ୍ଲିକ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ଭାନୁ
लोकप्रिय खबरें
फोटो और वीडियो गैलरी
image