Hindusthan Samachar
Banner 2 रविवार, अप्रैल 21, 2019 | समय 10:28 Hrs(IST) Sonali Sonali Sonali Singh Bisht

ଅଗ୍ନିକାଣ୍ଡ ଘଟି ୨ ବଖରା ଜଳିପୋଡି ପାଉଁଶ

By HindusthanSamachar | Publish Date: Apr 17 2019 8:28PM
ଅଗ୍ନିକାଣ୍ଡ ଘଟି ୨ ବଖରା ଜଳିପୋଡି ପାଉଁଶ
ଧର୍ମଶାଳା,୧୭ଅପ୍ରେଲ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ପଣସପଡିଆ ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟି ୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନୀକାଣ୍ଡର କାରଣ ଜଣାପଡିନାହିଁ । ସୂଚନା ଅନୁଯାୟୀ ଏହି ଗ୍ରାମର ଜନୈକ ଦିବ୍ୟାଙ୍ଗ ମିଞ୍ଜା ମଳିକ ଓ ସହ ପରିବାର ବର୍ଗ ଗତ କାଲି ରାତିରେ ସ୍ଥାନୀୟ ଅଂଚଳରେ ଅନୁଷ୍ଠିତ ହେଉଥିବା ହିଙ୍ଗୁଳା ଯାତ୍ରା ଦେଖିବାକୁ ଯାଇଥିଲେ । ହେଲେ ଫେରିଲା ବେଳକୁ ତାଙ୍କ ଘର ଜଳୁଥିବା ଦେଖିବାକୁ ପାଇଥିଲେ । ହେଲେ ସେତବେଳେକୁ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନୀକାଣ୍ଡରେ ଘର ଭିତରେ ଥିବା ୫ଗୋଟି ଛେଳି,୫ଟି କୁକୁଡା ନିଆଁରେ ପୋଡି ମରିଯାଇଥିବା ବେଳେ ଘରର ସମସ୍ତ ଆସବାସପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଏହି ଘଟଣାକୁ ନେଇ ଚଣ୍ଡିଖୋଲ ଅଗ୍ନୀଶମ ବିଭାଗକୁ ଖବର ଦିଆଯାଇଥିଲା । ହେଲେ ସେତବେଳକୁ ଘରର କୌଣସି ସାମଗ୍ରୀକୁ ଉଦ୍ଧାର କରିପାରି ନଥିଲେ । ଏହାର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଉର୍ଦ୍ଧ ସମ୍ପତି ନଷ୍ଠ ହୋଇଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ଜେନାପୁର ଅଂଚଳର ସାମାଜିକ କର୍ମୀ ପ୍ରେମଚାନ୍ଦ ମହାନ୍ତି,ଓ ମନୋଜ ମହାନ୍ତି ଘଟଣାସ୍ଥଳରେ ପଂହଚି ଅଗ୍ନୀବିପନ ପରିବାରଙ୍କୁ ସହାୟତାର ହାତ ବଢାଇଛନ୍ତି । ସେମାନଙ୍କ ପରିବାର ଅତ୍ୟନ୍ତ ଗରୀବଶ୍ରେଣୀ ହୋଇଥିବାରୁ ଅଗ୍ନୀବିପନ ପରିବାରୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
लोकप्रिय खबरें
फोटो और वीडियो गैलरी
image