Hindusthan Samachar
Banner 2 शुक्रवार, अप्रैल 19, 2019 | समय 21:46 Hrs(IST) Sonali Sonali Sonali Singh Bisht

ଖଡିଆଳ-ନୂଆପଡା ୩୫୩ ନଂ ଜାତୀୟ ରାଜପଥ ବେହାଲ

By HindusthanSamachar | Publish Date: Apr 17 2019 8:28PM
ଖଡିଆଳ-ନୂଆପଡା ୩୫୩ ନଂ ଜାତୀୟ ରାଜପଥ ବେହାଲ
ନୂଆପଡା, ୧୭ ଅପ୍ରେଲ (ହି.ସ.)- ନୂଆପଡା ଜିଲ୍ଲା କୋମନା ବ୍ଲକ କୁରୁମପୁରୀ ଠାରୁ ଭାୟା ଖଡିଆଳ ଦେଇ ବଲାଙ୍ଗୀର ଜିଲ୍ଲା ଭାଲୁମୁଣ୍ଡା ପ୍ରର୍ଯ୍ୟନ୍ତ ୬୮ କିଲୋମିଟର ଧରି ନିର୍ମିତ ୩୫୩ ନଂ ଜାତୀୟ ରାଜପଥ ରାସ୍ତା କେବେ ଶେଷ ହେବ ନେଇ ତାହା ସଂନେ୍ଧହ ଘେରରେ ରହିଛି । ଫଳରେ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ରାଜନୈତିକ ଓ ପ୍ରଶାସନିକ ଉଦାସିନତାକୁ ଦାୟୀ କରାଯାଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟର ଜିଭିଆର ନାମକ କମ୍ପାନୀ ଗତ ୨୦୧୪ ମସିହାରୁ ଏହି ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ଏହି କମ୍ପାନୀ ମଧ୍ୟ ଧାର୍ଯ୍ୟ ସମୟରେ ରାସ୍ତା ନିର୍ମାଣ ନକରିବାରୁ ଗତ ୧ ବର୍ଷ ହେବ ଲିଙ୍କନ ନାମକ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି । ହେଲେ ଏହି କମ୍ପାନୀ ମଧ୍ୟ ମନମୁଖି ଭାବରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଯାହା ଫଳରେ ଏହି ୬୮ କିଲୋମିଟର ରାସ୍ତାରୁ ହାରାହାରୀ ୫୦ ପ୍ରତିଶତ ରାସ୍ତା ତିଆରି ସରିଥିବା ବେଳେ ଆହୁରୀ ୫୦ ପ୍ରତିଶତ ରାସ୍ତା ନିର୍ମାଣ ବାକି ପଡିଛି । ଏହି ୬୮ କିଲୋମିଟର ପରିଧି ଭିତରେ ଶତାଧିକ ପୋଲ ନିର୍ମାଣ କରାଯାଇଛି କିନ୍ତୁ ବର୍ତମାନ ସୁଦ୍ଧା ଅନେକ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଅନେକ ପୋଲ ଗୁଡିକ ଅଧପାନ୍ତରିଆ ଭାବରେ ପଡି ରହିଛି । ଖଡିଆଳ ବଡପୋଲ ଏକ ବଡ ବ୍ରୀଜକୁ ୨୦୧୫ ମସିହାରୁ ଖୋଲି ଦେଇ କାମ କରୁଥିଲେ ମଧ୍ୟ ଏହି ପୋଲ ବର୍ତମାନ ସୁଦ୍ଧା କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଖଡିଆଳ ଠାରୁ କୁରୁମପୁରୀ ପର୍ଯ୍ୟନ୍ତ ରାସ୍ତାର ଅନେକ ସ୍ଥାନରେ ଖଣ୍ଡିଆ ଖାବରା ଅବସ୍ଥାରେ ପଡି ରହିଥିବା ବେଳେ ଯାତାୟତ କରୁଥିବା ଯାତ୍ରୀ ମାନଙ୍କର ନାହିନଥିବା ଅସୁବିଧା ହେବା ସହିତ ଛୋଟବଡ ଦୁର୍ଘଟଣା ହେଉଛି । ଏହାସହ ଏହି ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଯାଇଛି । ରାସ୍ତାରେ ଯାତାୟତ କରୁଥିବା ଲୋକେ ପ୍ରବଳ ଧୂଳି ମାଡର ଶିକାରରେ ପଡୁଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା କାର୍ଯ୍ୟ ଶିଘ୍ର ଶେଷ କରିବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ଭାନୁ
लोकप्रिय खबरें
फोटो और वीडियो गैलरी
image