Hindusthan Samachar
Banner 2 रविवार, अप्रैल 21, 2019 | समय 07:51 Hrs(IST) Sonali Sonali Sonali Singh Bisht

ଜିଲ୍ଲାରେ ଅବାଧରେ ଚାଳିଛି ପଲିଥିନ ବିକ୍ରି ଓ ବ୍ୟବହାର

By HindusthanSamachar | Publish Date: Apr 17 2019 8:28PM
ଜିଲ୍ଲାରେ ଅବାଧରେ ଚାଳିଛି ପଲିଥିନ ବିକ୍ରି ଓ ବ୍ୟବହାର
ନୂଆପଡା, ୧୭ ଅପ୍ରେଲ (ହି.ସ.)- କେନ୍ଦ୍ର ସରକାର ପରିବେଶ ଓ ପରିମଳର ସୁଧାର ଆଣିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ହେଲେ ଏହି ସବୁ ଯୋଜନା ନୂଆପଡା ଜିଲ୍ଲାରେ କାର୍ଯ୍ୟକାରୀ ହେଲା ଭଳି ମନେ ହେଉନାହିଁ । ଜିଲା ପ୍ରଶାସନ ଓ ଏନ୍.ଏ.ସି କର୍ତୃପକ୍ଷ ମାନଙ୍କ ମିଳିତ ଭାବରେ ଜିଲାର ବିଭିନ୍ନ ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଅଭିଯାନ କାର୍ଯ୍ୟକାରୀ କରାଯାଉଛି । ହେଲେ ଏହି ଅଭିଯାନର ପ୍ରଭାବ ଟିକେ ମଧ୍ୟ ନୂଆପଡା ଜିଲ୍ଲାରେ ପଡୁନଥିବା ମନେ ହେଉଛି । ଜିଲ୍ଲାର ବିଭିନ୍ନ ସହରରେ ପଲିଥିନର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଏଠାରେ ଶହ ଶହ ସଂଖ୍ୟାରେ ପଲିଥିନର ବିକ୍ରୟ କରାଯାଉଥିବା ବେଳେ ଗ୍ରାହକ ମାନେ ଯେ କୌଣସି ସାମଗ୍ରୀ କିଣିଲେ ମଧ୍ୟ ତାଙ୍କୁ ପଲିଥିନ ଭିତରେ ପୁରାଇ ଦିଆଯାଉଥିବା ଦେଖିବାକୁ ମିଳୁଛି । ଏହା ସହ ପଲିଥିନରେ ବିଭିନ୍ନ ସାମଗ୍ରୀ ବିକ୍ରୀ ହେଉଥିବା ବେଳେ ଅନେକ ଚା ଦୋକାନୀ ମାନେ ମଧ୍ୟ ପ୍ଲାଷ୍ଟିକ୍ କପରେ ଚା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । କାଗଜ କପରେ ଚା ଦେବା ବଦଳରେ ଏଠାରେ ପ୍ଲାଷ୍ଟିକ କପରେ ଚା ଦିଆଯାଉଛି । ପଲିଥିନର ବ୍ୟବହାର ପରିବେଶ, ପରିମଳ ଓ ଜୀବଜନ୍ତୁଙ୍କ ପାଇଁ କ୍ଷତିକାରକ ହୋଇଥିବା ବେଳେ ଏହା ଖଡିଆଳ ସହରରେ ଥିବା ବିଜ୍ଞାପିତ ଅଂଚଳ ପରିଷଦ ଆଖି ବୁଜି ଦେଇ କାର୍ଯ୍ୟକାରୀ କରି ପାରୁନାହିଁ । ଫଳରେ ଏସବୁ ବ୍ୟବହୃତ ପଲିଖିନ, ଚା କପ ମାନ ସହର ମାନଙ୍କର ବିଭିନ୍ନ ପାଶ୍ୱ ମାନଙ୍କରେ ପଡି ରହୁଛି । ଯାହାଦ୍ୱାରା ପରିବେଶ ଏକ ପ୍ରକାର ବିପର୍ଯ୍ୟସ୍ତ ଦେଖାଯାଉଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଲିଥିନର ବ୍ୟବହାର ଉପରେ କଟକଣା ଲାଗୁ କରିବା ପାଇଁ ସାଧାରଣରେ ଦାବୀ ହେଉଛି । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ଭାନୁ
लोकप्रिय खबरें
फोटो और वीडियो गैलरी
image