Hindusthan Samachar
Banner 2 रविवार, अप्रैल 21, 2019 | समय 10:24 Hrs(IST) Sonali Sonali Sonali Singh Bisht

ରାସନକାର୍ଡ ଅଛି- ଖାଉଟି ସାମଗ୍ରୀ ମିଳୁନି

By HindusthanSamachar | Publish Date: Apr 17 2019 8:28PM
ରାସନକାର୍ଡ ଅଛି- ଖାଉଟି ସାମଗ୍ରୀ ମିଳୁନି
ନୂଆପଡା, ୧୭ ଅପ୍ରେଲ (ହି.ସ.)- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବରଗାଁ ପଞ୍ଚାୟତର ବେନ୍ଦ୍ରାବାହାଲ ଗ୍ରାମରେ ବସବାସ କରୁଥିବା ଦେବବନ୍ତ ପୋଡଙ୍କ ପରିବାରକୁ ରାସନକାର୍ଡ ପ୍ରଦାନ କରାଯାଇଥିଲେ ମଧ୍ୟ ରାସନ ମିଳୁନଥିବା ଅଭିଯୋଗ କରିଛନ୍ତି । ଦେବବନ୍ତଙ୍କ ପରିବାର ଦାରିଦ୍ୟ ସୀମାରେଖା ତଳେ ବସବାସ କରୁଥିବା ବେଳେ ସ୍ତ୍ରୀ ପଦ୍ମନୀ ଓ ତାଙ୍କ ୩ ପୁଅ ଝିଅକୁ ନେଇ ପରିବାର ଗଠିତ । ସେ ଜଣେ ଗରିବ ସୀମାରେଖା ତଲେ ଥିବା ଯୋଗୁଁ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାସନକାର୍ଡ ଗତ ୨୦୧୮ ବର୍ଷ ନଭେମ୍ବର ମାସରୁ ଯୋଗାଇ ଦିଆଯାଇଛି । ହେଲେ ବରଗାଁ ପଞ୍ଚାୟତ ଏହି କାର୍ଡ ଧରିକି ଗଲେ ରାସନ ପ୍ରଦାନ କରୁନାହାନ୍ତି । ଏନେଇ ଦେବବନ୍ତ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳି ପାରୁନାହିଁ । ଏନେଇ ସେଲ୍ସମ୍ୟାନ ଦାୟିତ୍ୱରେ ଥିବା ଶୁକ୍ରୁଙ୍କୁ ପଚାରିବାରୁ ଉପରପଟୁ କଟାଯାଇଛି ମୁଁ କଣ କରିପାରିବି ବୋଲି ପ୍ରକାଶ କରିଛନ୍ତି । ଏବିଷୟରେ ଖଡିଆଳ ବ୍ଲକ ଯୋଗାଣ ଅଧିକାରୀ ଦିବ୍ୟରାଜ ଭୋଇଙ୍କୁ ଯୋଗାଯୋଗ କରାଯିବାରୁ ମୁଁ ଏବିଷୟରେ ଜାଣି ନାହିଁ ଯଦି କୈାଣସି ଅସୁବିଧା ବଶତଃ କଟି ଯାଇଛି ତେବେ ତାଙ୍କୁ ପୁଣି ଖାଉଟି ଯୋଜନାରେ ଦିଆଯାଉଥିବା ସମସ୍ତ ଜିନିଷ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଦାରୀଦ୍ର‌୍ୟ ସୀମାରେଖା ତଲେ ଥିବା ପରିବାରଙ୍କୁ ସାମିଲ କରି ଖାଉଟି ସାମଗ୍ରୀ ପ୍ରଦାନ କରିବାକୁ ସାଧାରଣରେ ଦାବୀ ହେଉଛି । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ଭାନୁ
लोकप्रिय खबरें
फोटो और वीडियो गैलरी
image