Hindusthan Samachar
Banner 2 रविवार, अप्रैल 21, 2019 | समय 09:41 Hrs(IST) Sonali Sonali Sonali Singh Bisht

ବୈଦ୍ୟୁତିକ ଗଣମାଧ୍ୟମ ବିରୁଦ୍ଧରେ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡ଼ି

By HindusthanSamachar | Publish Date: Apr 17 2019 8:31PM
ବୈଦ୍ୟୁତିକ ଗଣମାଧ୍ୟମ ବିରୁଦ୍ଧରେ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡ଼ି
ଭୁବନେଶ୍ୱର,୧୭ ଏପ୍ରିଲ - ବୈଦ୍ୟୁତିକ ଗଣମାଧ୍ୟମ ଓଟିଭି ବିରୋଧରେ ନିର୍ବାଚନ କମିଶନଙ୍କ ଆଦେଶନାମା ଏବଂ ନିର୍ବାଚନ ଆଦର୍ଶ ଆଚରଣବିଧିର ଉଲ୍ଲଂଘନ କରି କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ବିଜେଡି ଅଭିଯୋଗ ଆଣିଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସଂକ୍ରାନ୍ତରେ ଆଜି ଦିନରେ ଦୁଇଥର ବିଜେଡ଼ି ପ୍ରତିନିଧିଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପୃଥକ୍ ଭାବେ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେଡି ଅଭିଯୋଗ କରିଛି ଯେ ଏହି ଟିଭି ବିଜେପିର ପେଡ୍ ନିଉଜ୍ ପ୍ରସାରଣ କରୁଛି । ଏହା ଉପରେ ରୋକ୍ ଲଗାଇବାକୁ ପୂର୍ବରୁ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୋ÷ଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଉକ୍ତ ଗଣମାଧ୍ୟମ ବିରୋଧରେ ତୁରନ୍ତ କଠୋର ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡ଼ି ଦାବି କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ଭେଟିଥିବା ପ୍ରତିନିଧି ଦଳରେ ଦଳର ମୁଖପାତ୍ର ଲେଲିନ୍ ମହାନ୍ତି, ସୁଲତା ଦେଓ ଏବଂ ଡ. ସସ୍ମିତ୍ ପାତ୍ର ସାମିଲ ଥିଲେ । ................
लोकप्रिय खबरें
फोटो और वीडियो गैलरी
image