Hindusthan Samachar
Banner 2 रविवार, अप्रैल 21, 2019 | समय 09:58 Hrs(IST) Sonali Sonali Sonali Singh Bisht

ସରକାରୀ ଅର୍ଥର ଅପ ବ୍ୟବହାର କରୁଛି ବିଜେଡି : ବିଜେପି

By HindusthanSamachar | Publish Date: Apr 17 2019 8:31PM
ସରକାରୀ ଅର୍ଥର ଅପ ବ୍ୟବହାର କରୁଛି ବିଜେଡି : ବିଜେପି
ଭୁବନେଶ୍ୱର,୧୭ ଏପ୍ରିଲ - ଗତ ଏପ୍ରିଲ ୧୪ ତାରିଖରୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଠାରେ ମୁଖ୍ୟମନ୍ତ୍ରୀଙ୍କ ଚପର ପାର୍କିଙ୍ଗ କରାଯାଇଛି । ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ହେବା ସତ୍ୱେ ଶାସକ ବିଜେଡିର ପ୍ରଚାର ପାଇଁ ଏହି ଚପର ଯାଇଛି । ଓଡିଶା ପୋଲିସ ଅଫିସରମାନେ ଏହି ଚପରକୁ ଦିନ ରାତି ଜଗି ରହୁଛନ୍ତି । ଏହି ଚପରକୁ ଜଗିବା ପାଇଁ ଯାହାବି ଖର୍ଚ୍ଚ ହେଉଛି ସେସବୁ ଖର୍ଚ୍ଚ ପାଟଣାଗଡ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଓ ବଲାଙ୍ଗିର ଲୋକସଭା ବିଜେଡି ପ୍ରାର୍ଥୀ ବହନ କରିବା ସହ ବିଜେଡି ଦଳ ଉପରେ ଖର୍ଚ୍ଚ ପକାଇବା ପାଇଁ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି । ସେହିପରି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ବିନା ଅନୁମତିରେ ବଲ୍କ ମେସେଜ ପଠାଉଛନ୍ତି । ଭୁବନେଶ୍ୱର ଲୋକସଭା ମତଦାତାଙ୍କ ପାଖରେ ଏହି ମେସେଜ ପହଂଚୁଛି । ଏହାକୁ ପଠାଇବା ପାଇଁ ଆବଶ୍ୟକ ଅନୁମତି ଶ୍ରୀ ପଟ୍ଟନାୟକ ନେଇନାହାନ୍ତି । ମୁଖ୍ୟ ନିର୍ବାଚନ ଅଧିକାରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠ ମୁଖ୍ୟ ସଂଯୋଜକ ରବିଶଙ୍କର ପଟ୍ଟନାୟକ, ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । .............
लोकप्रिय खबरें
फोटो और वीडियो गैलरी
image