Hindusthan Samachar
Banner 2 रविवार, अप्रैल 21, 2019 | समय 09:55 Hrs(IST) Sonali Sonali Sonali Singh Bisht

ରାଜ୍ୟରେ ଭୁବନେଶ୍ୱର ସର୍ବାଧିକ ଉତପ୍ତ ସହର

By HindusthanSamachar | Publish Date: Apr 17 2019 8:27PM
ରାଜ୍ୟରେ ଭୁବନେଶ୍ୱର ସର୍ବାଧିକ ଉତପ୍ତ ସହର
ଭୁବନେଶ୍ୱର, ୧୭ ଅପ୍ରେଲ (ହି.ସ.)- ଲଗାତର ଦୁଇଦିନ ଧରି ରାଜ୍ୟର ତାପମାତ୍ରା ଏତେ ଅଧିକ ମାତ୍ରାରେ ବଢ଼ିଯାଇଛି ଯେ, ଅସହ୍ୟ ଗରମରୁ ରାଜଧାନୀବାସୀ ମୁକୁଳିବା କଷ୍ଟ ହୋଇପଡ଼ିଛି । ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଅନୁଗୁଳରେ ୪୧.୧ ଡିଗ୍ରୀ ରହିଥିଲା ବେଳେତ୍ତ୍ୱ ଟିଟିଲାଗଡ଼ରେ ୪୧, ମାଲକାନଗିରିରେ ୪୦.୫ ଡିଗ୍ରୀ ତାପମାତ୍ରା ରହିଛି । ସେହପରି ସୁନ୍ଦରଗଡ଼, ଭବାନୀପାଟଣା ଓ ସୋନପୁରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳ କଟକର ତାପମାତ୍ରା ୩୯.୪ ଡିଗ୍ରୀ ରହିଛି । ଗତକାଲି ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ଥିଲା ୪୩.୭ ଡିଗ୍ରୀ । ଆଜି ଟିକିଏ କମ୍ ତାପମାତ୍ରା ରହିଥିଲେ ବି ୪୧.୭ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସର୍ବାଧିକ ଉତପ୍ତ ସହ ବୋଲି ଜଣାଯାଇଛି । ଅସହ୍ୟ ଗୁଳୁଗୁଳି ସହ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରିବା ରାଜଧାନୀବାସୀଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଥିଲା । ଦିନ ଦ୍ୱିପ୍ରହର ସମୟରେ ଲୋକଙ୍କ ଚଳ ପ୍ରଚଳ କମ୍ ଥିଲା । ହିନ୍ଦୁସ୍ଥାନ ସମାଚାର/ଭାନୁ
लोकप्रिय खबरें
फोटो और वीडियो गैलरी
image