Hindusthan Samachar
Banner 2 रविवार, अप्रैल 21, 2019 | समय 10:09 Hrs(IST) Sonali Sonali Sonali Singh Bisht

ନାରାୟଣା ସ୍କୁଲ୍ର ବେନିୟମ ଫି ଆଦାୟ ଅଭିଯୋଗ : ଫେରାଦ ହେଲା ଓଡ଼ିଶା ଅଭିଭାବକ ସଂଘ

By HindusthanSamachar | Publish Date: Apr 17 2019 8:27PM
ନାରାୟଣା ସ୍କୁଲ୍ର ବେନିୟମ ଫି ଆଦାୟ ଅଭିଯୋଗ : ଫେରାଦ ହେଲା ଓଡ଼ିଶା ଅଭିଭାବକ ସଂଘ
ଭୁବନେଶ୍ୱର, ୧୭ ଅପ୍ରେଲ (ହି.ସ.)- ପଟିଆସ୍ଥିତ ନାରାୟଣା ସ୍କୁଲ୍ର ମନଇଚ୍ଛା ଫି ଆଦାୟ ଓ ଏନ୍ସିଇଆରଟି ବହି ପ୍ରଚଳନ ଓ ଅନ୍ୟାନ୍ୟ ବେଆଇନ୍ କାର୍ଯ୍ୟ ବିରୁଦ୍ଧରେ ଆଜି ଓଡ଼ିଶା ଅଭିଭାବକ ମହାସଂଘ ଓ ନାରାୟଣା ସ୍କୁଲ ଅଭିଭାବକ ସଂଘ ତରଫରୁ ସ୍କୁଲ୍ ଫାଟକ ସମ୍ନାରେ ଧାରଣା ଓ ବିକ୍ଷୋଭ କରାଯାଇଥିଲା । ସ୍କୁଲ୍ କର୍ତୃପକ୍ଷ ଏ ବର୍ଷର ରି-ଆଡମିଶନ୍ ଓ ସ୍କୁଲ୍ ଫିରେ ୩୦%ରୁ ଅଧିକ ବୃଦ୍ଧି କରିବା ସହିତ ସମାନ ଶ୍ରେଣୀ ପାଇଁ ବିଭିନ୍ନ ଅଭିଭାବକଙ୍କ ଠାରୁ ଭିନ୍ନ ଭିନ୍ନ ଫି ଆଦାୟ କରୁଛନ୍ତି । ଅଭିଭାବକମାନେ ବହୁବାର ଅଭିଯୋଗ କରିବା ପରେ ମଧ୍ୟ ସେମାନେ କର୍ଣ୍ଣପାତ ନ କରିବା ଏବଂ ରି-ଆଡ଼ମିଶନ ନକଲେ ପିଲାମାନଙ୍କୁ ବହି ନଦେବା ଭଳି ମନୋମୁଖୀ କାର୍ଯ୍ୟ କରି ଚାଲୁଥିଲେ । ନାରାୟଣା ସ୍କୁଲ୍ର ଅନ୍ୟ ତିନୋଟି ଶାଖା ଯଥା : ପାଣ୍ଡରା, କଟକ ଓ ୮ ନମ୍ବର ସ୍କୁଲରେ ମଧ୍ୟ ଏହିପରି ମନଇଚ୍ଛା ଫି ଆଦାୟ କରି ଚାଲିଛନ୍ତି । ସ୍କୁଲ୍ କର୍ତୃପକ୍ଷ ଦୁଇଦିନ ତଳେ ଏହି ସମସ୍ୟାକୁ ସମାଧାନ କରିବା ନାରାୟଣା ଅଭିଭାବକ ସଂଘର ସଭାପତି ଶୁଭଦୀପା ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଆଶୁତୋଷ ନନ୍ଦ, ଲିଲି ଜେନାମଣି, ଭୁମୋହନ ପଟ୍ଟନାୟକ, ଦେବବ୍ରତ ଦାଶ, ହିମାଂଶୁ ବେଉରା, ପଦ୍ମନାଭ ରାଉତ, ଆଶା ଅଗ୍ରୱାଲ, ସଞ୍ଜୟ ମହାପାତ୍ର, ପ୍ରସନ୍ନ ସାହୁ, ସ୍ୱାଗତିକା ସାହୁ, ଆଲୋକ ନାୟକ, ଦିଲ୍ଲିପ ସାହୁ, ସଞ୍ଜୀବ ନାୟକ, ଅଶୋକ ସାହୁ, ଚିତରଞ୍ଜନ ମହାପାତ୍ର, ସୁଧାଂଶୁ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ଭାନୁ
लोकप्रिय खबरें
फोटो और वीडियो गैलरी
image