Hindusthan Samachar
Banner 2 रविवार, अप्रैल 21, 2019 | समय 07:43 Hrs(IST) Sonali Sonali Sonali Singh Bisht

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ

By HindusthanSamachar | Publish Date: Apr 17 2019 8:19PM
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ
ଭୁବନେଶ୍ୱର,୧୭ ଏପ୍ରିଲ - ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଓଡ଼ିଶାର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସତତ ଚେଷ୍ଟିତ ବିଜୁବାବୁଙ୍କ ସ୍ମ ୃତି ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ନିରାଡ଼ମ୍ବର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍ଥାନୀୟ ଜୟଦେବ ଭବନରେ ଆଜି ସନ୍ଧ୍ୟାରେ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରାଦ୍ଧତିଥିରେ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ, ଉପନିର୍ଦ୍ଦେଶକ ଶ୍ରୀ ବିପିନ୍ ବିହାରୀ ବାରିକୀ, ଶ୍ରୀ ବରଦା ପ୍ରସନ୍ନ ଦାସ, ଅତିରିକ୍ତ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀ ସନ୍ତୋଷ କୁମାର ଦାସ, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଓ ସମାଜସେବୀ ଶ୍ରୀ ଗିରିଜା ଶଙ୍କର ମହାପାତ୍ର ମଧ୍ୟ ପୁଷ୍ପର୍ଘ୍ୟ ପ୍ରଦାନପୂର୍ବକ ଶ୍ରଦ୍ଧାନିବେଦନ କରିଥିଲେ । ସାହସିକତା, ସ୍ୱାଭିମାନ ଓ ଶକ୍ତିମଂଚାର ଅଫୁରନ୍ତ ବିଗ୍ରହ ଥିଲେ ବିଜୁବାବୁ । ସେ ଥିଲେ ଓଡ଼ିଆ ସ୍ୱାଭିମାନ, ସ୍ପର୍ଦ୍ଧା, ସମୃଦ୍ଧିର ପ୍ରତୀକ ତଥା ଓଡ଼ିଶା ବାହାରେ ଓଡ଼ିଶାର ଅନନ୍ୟ ପରିଚୟ । ସମୃଦ୍ଧ ଓଡ଼ିଶାର ନିର୍ମାତା ଭାବରେ ଏହି କିମ୍ବଦନ୍ତୀ ପୁରୁଷ ଜୀବଦ୍ଦଶାରେ ଯେତିକି ଚର୍ଚ୍ଚିତ ଥିଲେ, ନିଜର କୃତି ଓ ବହୁମୁଖୀ ଅବଦାନ ପାଇଁ ଅନୁରୂପ ଭାବରେ ଉତରପିଢ଼ି ନିକଟରେ ଚିରସ୍ମରଣୀୟ ରହିବେ ବୋଲି କାର୍ଯ୍ୟକ୍ରମରେ ସ୍ମୃତି·ରଣ ହୋଇଥିଲା । ........................
लोकप्रिय खबरें
फोटो और वीडियो गैलरी
image