Hindusthan Samachar
Banner 2 रविवार, अप्रैल 21, 2019 | समय 08:00 Hrs(IST) Sonali Sonali Sonali Singh Bisht

ସଂସ୍କୃତି ଭବନରେ ବିଶ୍ୱ ଐତିହ୍ୟ ଦିବସ କାର୍ଯ୍ୟକ୍ରମ ଆଜି

By HindusthanSamachar | Publish Date: Apr 17 2019 8:19PM
ସଂସ୍କୃତି ଭବନରେ ବିଶ୍ୱ ଐତିହ୍ୟ ଦିବସ କାର୍ଯ୍ୟକ୍ରମ ଆଜି
ଭୁବନେଶ୍ୱର,୧୭ ଏପ୍ରିଲ -ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ "ବିଶ୍ୱ ଐତିହ୍ୟ ଦିବସ'' ଅବସରରେ ଗୁରୁବାର ଅପରାହ୍ନ ୪ଟାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭଞ୍ଜକଳା ମଣ୍ଡପ ନିକଟସ୍ଥ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରତ୍ନତତ୍ୱବିଦ୍ ତଥା ଐତିହ୍ୟ ବିଶେଷଜ୍ଞ ଶ୍ରୀ ଜିତୁ ମିଶ୍ର ଅତିଥି ବକ୍ତା ଭାବେ ଯୋଗଦେଇ "ଓଡ଼ିଶା ପରିଦୃଶ୍ୟରେ ସ୍ମାରକୀଭିନ୍ନ ଐତିହ୍ୟ'' ପ୍ରସଙ୍ଗ ଉପରେ ଆଲୋକପାତ କରିବେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଗବେଷକ, ବୁଦ୍ଧିଜୀବୀ ତଥା ସଂସ୍କୃତିପ୍ରେମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ......................
लोकप्रिय खबरें
फोटो और वीडियो गैलरी
image