Hindusthan Samachar
Banner 2 शुक्रवार, अप्रैल 19, 2019 | समय 21:47 Hrs(IST) Sonali Sonali Sonali Singh Bisht

ପେଟକୁ ଭାତ-ମୁଣ୍ଡକୁ ଛାତ ନଦେଲେ ଭୋଟ ବର୍ଜନ

By HindusthanSamachar | Publish Date: Apr 17 2019 7:48PM
ପେଟକୁ ଭାତ-ମୁଣ୍ଡକୁ ଛାତ ନଦେଲେ ଭୋଟ ବର୍ଜନ
ପୁରୀ, ୧୭ ଏପ୍ରିଲ(ହି.ସ.) - ୧୯ବର୍ଷ ଧରି ନବୀନ ସରକାର କେବଳ କାନକୁ ଭଲ ଶୁଣାଯିବ ଓ ଆଖିକୁ ଭଲ ଦେଖାଯିବା ପୋଷ୍ଟର ମାରିବାରେ ବ୍ୟସ୍ତ ରହୁଛନ୍ତି । ପ୍ରକୃତ ଗରିବର ଗୁହାରୀ ଶୁଣୁନାହାଁନ୍ତି । ପଟ୍ଟାଦେବା ନାଁରେ କେବଳ ଗୁଡିଏ ପ୍ରଚାର କରୁଛନ୍ତି । ପଟ୍ଟା ପ୍ରମାଣପତ୍ର କେତେକଙ୍କୁ ମିଳିଥିବାବେଳେ ଜମି କେଉଁଠି ତାହା ଜାଣି ହେଉନାହିାଁ । ବଳିଆପଣ୍ଡା ବସ୍ତିରେ ଦୀର୍ଘବର୍ଷ ଧରି ଶତାଧିକ ପରିବାର ବସବାସ କରୁଥିଲେ ମଧ୍ୟ ସେମାନଙ୍କୁ ଖଣ୍ଡିଏ ପଟ୍ଟା ମିଳିପାରିନାହିଁ । ବସ୍ତିରେ ଅନେକ ସମସ୍ୟା ରହିଥିବାବେଳେ ତାହାକୁ ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି । ଅନ୍ୟ ପକ୍ଷରେ ବସ୍ତିକୁ ଉଠାଇ ଦେବାପାଇଁ ଚନ୍ତ୍ରାନ୍ତ ଚାଲିଛି । କାମ ନକଲେ ବସ୍ତିରେ ରହୁଥିବା ଶ୍ରମିକର ପେଟକୁ ଦାନା ଯାଉନାହିଁ । ସମସ୍ତଙ୍କୁ ଛାତଘର ଯୋଜନା ହୋଇଥିଲେ ମଧ୍ୟ ବସ୍ତିରେ କାହାକୁ ମିଳିନାହିଁ । ଅନେକ ସମସ୍ୟାକୁ ନେଇ ବସ୍ତିବାସିନ୍ଦା ଭୋଟ ବର୍ଜନ କରିବେ ବୋଲି ବସ୍ତିନେତା ମନୋଜ କୁମାର ମଣ୍ଡଳ ସୂଚନା ଦେଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ବିଜୟ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image