Hindusthan Samachar
Banner 2 रविवार, अप्रैल 21, 2019 | समय 07:58 Hrs(IST) Sonali Sonali Sonali Singh Bisht

ବ୍ରହ୍ମବରଦାରେ ବିଜେଡିର ପ୍ରସ୍ତୁତି ବୈଠକ

By HindusthanSamachar | Publish Date: Apr 17 2019 7:43PM
ବ୍ରହ୍ମବରଦାରେ ବିଜେଡିର ପ୍ରସ୍ତୁତି ବୈଠକ
ଧର୍ମଶାଳା,୧୭ଅପ୍ରେଲ(ହି.ସ.) - ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ୧୦ଗୋଟି ପଂଚାୟତକୁ ନେଇ ଚଳିତ ମାସ ନିର୍ବାଚନକୁ ଆଖି ଆଗରେ ରଖି ବିଜୁ ଜନତା ଦଳପକ୍ଷରୁ ବ୍ରହ୍ମବରଦା ଦୂର୍ଗାମଣ୍ଡପ ପଡିଆରେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସାମନ୍ତରାପୁର ସରପଂଚ ପ୍ରଫୁଲ୍ଲ ସାହୁଙ୍କ ସଭାପତିତ୍ୱରେ ଏହି ବୈଠକରେ ୧୦ ଗୋଟି ପଂଚାୟତର ଲୋକ ପ୍ରତିନିଧି,ଦଳୀୟ କର୍ମୀ ଓ ବରିଷ୍ଠ ବିଜେଡି ନେତା ଯୋଗ ଦେଇ ନିଜ ନିଜ ଅଂଚଳର ନିର୍ବାଚନ ସମ୍ବଦ୍ଧୀୟ ସମସ୍ୟା ଗୁଡିକୁ ଉପସ୍ଥାପନ କରିଥିଲେ । ଏଥି ସହିତ ଚଳିତ ୨୦ ତାରିଖରେ ପୁର୍ବାହ୍ନରେ ବ୍ରହ୍ମବରଦା ଦୁର୍ଗାମଣ୍ଡପଠାରେ ଏକ ବରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥିନୀ ସୁନନ୍ଦ ଦାସଙ୍କ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ବାଇକ ଶୋଭାଯାତ୍ରା ସହିତ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହେବ । ଏହି ସଭାରେ ବିଧାୟକ ପ୍ରାର୍ଥୀନୀ ସୁନନ୍ଦା ଦାସଙ୍କ ସମେତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ଧର୍ମଶାଳା ବିଧାୟକ ପ୍ରଣବକୁମାର ବଳବନ୍ତରାୟ ଓ ବହୁ ସିନେଅଭିନେତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଥିରେ ସ୍ଥାନୀୟ ପଂଚାୟତରୁ ୨ହଜାରରୁ ଉର୍ଦ୍ଧ କର୍ମୀମାନେ ଯୋଗ ଦେଇ ବ୍ରହ୍ମବରଦା ବ୍ରାହ୍ମଣୀ ସେତୁଠାରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ଲାଗି କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ବୈଠକରେ ଯୁବନେତା ପ୍ରଦିପ ଦାସ, ପ୍ରଭାତ ପୃଷ୍ଟି, ବେଣୁଧର ଦାସଙ୍କ ସମେତ ଅତଲାପୁର ପଂଚାୟତର ସମିତିସଭ୍ୟ ଲକ୍ଷ୍ମୀଧର ମହାନ୍ତି, ପ୍ରଥମାଖଣ୍ଡ ପଂଚାୟତର ସନାତନ ବାରିକ, ଉବିନ୍ଦ୍ର ଜେନା, ରାଜେନ୍ଦ୍ରପୁର ସରପଂଚ ସୁଶାନ୍ତ ବେହେରା, ବାବୁଲି ଦାସ, ସାମନ୍ତରାପୁର ପଂଚାୟତର ସରପଂଚ ଅଭିମନ୍ୟୁ ମହାଳିକ,ଦିଲିପ ସାହୁ, ବିରେନ୍ଦ୍ର ସାହୁ, ଅର୍ଥଙ୍ଗା ପଂଚାୟତର ସରପଂଚ ସୂର୍ଯ୍ୟମଣି ବେହେରା, ପୂର୍ବତନ ସରପଂଚ ଅର୍ଜ୍ଜୁନୀ ନାୟକ, ବିଦ୍ୟାଧର କରଣ,ମଙ୍ଗରାଜପୁର ପଂଚାୟତର ଯୁବନେତା ବୁଲବୁଲ ନାୟକ, ପୂର୍ବତନ ସରପଂଚ ମଦନ ମୋହନ ମଲିକ,ବ୍ରହ୍ମବରଦା ପଂଚାୟତର ସରପଂଚ ବିଜୟ ଦାସ,ସମିତିସଭ୍ୟ ଅଟଳ ଦାସ, ପୂର୍ବତନ ସମିତିସଭ୍ୟ ଶରତ ପାଣ୍ଡେ, ଅବଦୁଲ ଦୟାନ ଖାଁ, ଆବୁଲ କଲାମ, ରକେଶ ଦେଓ, ଜୁଲଫିକର ଅଲ୍ଲୀ, ମହେଶ୍ୱରପୁର ପଂଚାୟତର ପୂର୍ବତନ ସରପଂଚ ସେକ୍ ଅକ୍ତର ଅଲ୍ଲୀ, ବରିଷ୍ଠ ସଭ୍ୟ ଜ୍ୟାଉଲହକ୍,ବନ୍ଧଡିହ ପଂଚାୟତର ବରିଷ୍ଠ ନେତା ବିଚିତ୍ର ମହାନ୍ତି, ସଂଗ୍ରାମ ନାୟକ, ରାଉତରାପୁର ପଂଚାୟତର ଯୁବନେତା ଗୋକୁଳ ସେଠୀ, ପ୍ରକାଶ ମହାଳିକ, ବାବୁଲି ସେଠୀ ଓ ନରହରି ସାହୁଙ୍କ ସମେତେ ୫ଶହରୁ ଉଦ୍ଧ୍ୱର୍ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ । ଶେଷରେ ଯୁବନେତା ପ୍ରଦିପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image