Hindusthan Samachar
Banner 2 रविवार, अप्रैल 21, 2019 | समय 08:15 Hrs(IST) Sonali Sonali Sonali Singh Bisht

ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ବିଶ୍ୱଶାନ୍ତି ଯଜ୍ଞ

By HindusthanSamachar | Publish Date: Apr 17 2019 7:43PM
ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ବିଶ୍ୱଶାନ୍ତି ଯଜ୍ଞ
ଭଦ୍ରକ, ୧୭ ଅପ୍ରେଲ (ହି.ସ.) - ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ମହାବୀର ସମିତି ବିରିଗଡିଆ(ରମ୍ଭିଳା) ପକ୍ଷରୁ ବିଶ୍ୱଶାନ୍ତି ଯଜ୍ଞ ଦୁଇଦିନ ଧରି ପାଳିତ ହୋଇଯାଇଛି । ଯଜ୍ଞାରମ୍ଭର ପ୍ରଥମ ଦିନ ବହୁ ମହିଳା ଶ୍ରଦ୍ଧାଳୁ ଗ୍ରାମର ପ୍ରଖ୍ୟାତ ହନୁମାନ ମନ୍ଦିରରୁ ବାହାରି ଏକ କଳସ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଯଜ୍ଞ ବେଦୀରେ କଳସ ସ୍ଥାପନ କରିଥିଲେ । ମହାବୀର ବଜରଙ୍ଗବଲୀ କି ଜୟ ଓ ଜୟ ଶ୍ରୀରାମ ଧ୍ୱନିରେ ସମଗ୍ର ଅଂଚଳରେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ଦୁଇଦିନ ଧରି ·ଲିଥିବା ଏହି କାର୍ଯ୍ୟକ୍ରମରେ ସୁର୍ଯ୍ୟପୂଜା, ହନୁମାନ ·ଳିଶା ପାଠ, ରାମଯଜ୍ଞ, ଗୀତାଯଜ୍ଞ, ଭଜନ ଓ କୀର୍ତନମାନ କରାଯାଇଥିଲା । ପ୍ରତ୍ୟହ ଶହ ଶହ ଶ୍ରଦ୍ଧାଳୁ ଭଗବାନ ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ମହାବୀରଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷାନିମିତ ଯଜ୍ଞ ଦର୍ଶନ ପାଇଁ ଆସୁଥିବାର ଦେଖାଯାଇଥିଲା । ଅଜୟ ରାଉତ, ଶମ୍ଭୁନାଥ ନାୟକ, ଉପମନ୍ୟୁ ଖୁଂଟିଆ, ସନ୍ତୋଷ ଖୁଂଟିଆ, ମାନସ ଖୁଂଟିଆ, ରଘୁନାଥ ବେହେରା, କୁନା ବେହେରା, ରମାକାନ୍ତ ଖୁଂଟିଆ, ନରେନ୍ଦ୍ର ଦାସ, ମନୋରଂଜନ ଖୁଂଟିଆ ପ୍ରଭୃତି ବିଭୁପ୍ରେମୀଙ୍କ ସହଯୋଗରେ ଏହି ପାବନ କାର୍ଯ୍ୟକ୍ରମ ସଂପାଦିତ ହେବାସହ ପୁର୍ଣ୍ଣାହୁତି ପରେ ଅନୁଷ୍ଠାନ ପକ୍ଷରୁ ଚରୁ ଓ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥିଲା । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image