Hindusthan Samachar
Banner 2 रविवार, अप्रैल 21, 2019 | समय 10:32 Hrs(IST) Sonali Sonali Sonali Singh Bisht

ବିରାଟ ଦଳିତ ସମାବେଶ ଏବଂ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ

By HindusthanSamachar | Publish Date: Apr 17 2019 7:44PM
ବିରାଟ ଦଳିତ ସମାବେଶ ଏବଂ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ
ଭଦ୍ରକ, ୧୭ ଅପ୍ରେଲ (ହି.ସ.) - ଭଦ୍ରକ ସହରସ୍ଥିତ ବାଲଗୋପାଲ ମନ୍ଦିର ପରିସରରେ ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଏକ ବିରାଟ ଦଳିତ ସମାବେଶ ଏବଂ ବାବାସାହେବ ଆମ୍ବେଦକରଙ୍କ ୧୨୮ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଡ଼ଃ ଆମ୍ବେଦକରଙ୍କ ଫଟୋଚିତ୍ରରେ ବିଶିଷ୍ଟ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଜିଲ୍ଲା ଦଳିତ ମହାସଂଘର ସଭାପତି ତଥା ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ବିଶିଷ୍ଟ ଶିକ୍ଷାବିତ୍ କମଳାକାନ୍ତ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତରତ୍ନ ବାବା ସାହେବ ଆମ୍ବେଦକର ସମସ୍ତ ଭାରତୀୟଙ୍କ ପାଇଁ ଚିରନମସ୍ୟ । ତାଙ୍କର ଜ୍ୟାଗ ଓ ସଂଘର୍ଷ ଓ ସଗ୍ରାମ ଫଳରେ ଆଜି ସମଗ୍ର ଭାରତବର୍ଷର କୋଟି କୋଟି ଦଳିତ ସମାଜ ର ଲୋକମାନେ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ଆଇନଜୀବୀ ଅଗଣୀ ଚରଣ ଜେନା ଓ ସମ୍ମାନ୍ନିତ ଅତିଥିଭାବେ ଆଇନଜୀବୀ ତାହେର ମହମ୍ମଦ, ସମାଜସେବୀ ଜମ୍ବୁବତୀ ଦାସ, କବି ସତ୍ୟପ୍ରକାଶ ସେଠୀ ପ୍ରମୁଖ ଯୋଗଦେଇ ଆମ୍ବେଦକର ହେଉଛନ୍ତି ଦଳିତ ସମାଜର ଅମୂଲ୍ୟରତ୍ନ ବୋଲି ଅଭିହିତ କରିବା ସହ ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ସଂଗ୍ରାମ କରିଲେ ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନ ସାର୍ଥକ ହେବା ସହ ଦଳିତ ସମାଜର ସାମାଜିକ, ଆର୍ଥିକ ପ୍ରଗତି ହୋଇପାରିବ ବୋଲି ମତବ୍ୟକ୍ତକରିଥିଲେ । ସମ୍ବିଧାନ ନିର୍ମାଣର ମୁଖ୍ୟ ବିନ୍ଧାଣୀ ଥିଲେ ଡ଼ଃ ଆମ୍ବେଦକର । ଜନସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା ସହ ଦଳିତ ଓ ଦରିଦ୍ର ଲୋକଙ୍କୁ ଆଇନର ସହାୟତା ଦେଇ ଆସୁଥିଲେ । ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ କରିବା ସହ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିବା ସହ ନାରୀ ସଶକ୍ତିକରଣ, ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ବୀମା ସମ୍ପର୍କିତ ଆଇନ୍ ପ୍ରଣୟନ ଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ଦଳିତ ନେତା ଶ୍ରୀ ଜେନା ମତପ୍ରକାଶ କରିଥିଲେ । ପ୍ରାରମ୍ଭରେ ସାମ୍ବାଦିକ ଗୌରହରି ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକ ସଂଘର ସଭାପତି ଉମାକାନ୍ତ ଜେନା, ଉପଦେଷ୍ଟା ଦିବାକର ଜେନା,ସାମ୍ବାଦିକ ଜୟ ଜଗନ୍ନାଥ ମଲ୍ଲିକ୍, ସୁଶାନ୍ତ ଜେନା, ଫାରୁକ୍ ଖାଁ, ହବିବୁର ରହେମାନ ପ୍ରମୁଖ ଯୋଗଦେଇଥିଲେ । ଏହି ଜୟନ୍ତୀ ଉତ୍ସବରେ ଜିଲ୍ଳାର ବିଭିନ୍ନ ବ୍ଲକରୁ ଶତାଧିକ ଦଳିତ କର୍ମକର୍ତା, ଶିକ୍ଷାବିିତ୍, ବୁଦ୍ଧିଜୀବୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image