Hindusthan Samachar
Banner 2 सोमवार, अप्रैल 22, 2019 | समय 18:27 Hrs(IST) Sonali Sonali Sonali Singh Bisht

ବିଧାୟକଙ୍କ ନିଜ ପଂଚାୟତରେ ଶକ୍ତି ପ୍ରଦର୍ଶନ କଲେ ବ୍ୟୋମକେଶ : ବିପୁଳ ସମର୍ଥନ କ୍ୟାମ୍ପେନ

By HindusthanSamachar | Publish Date: Apr 17 2019 7:44PM
ବିଧାୟକଙ୍କ ନିଜ ପଂଚାୟତରେ ଶକ୍ତି ପ୍ରଦର୍ଶନ କଲେ ବ୍ୟୋମକେଶ : ବିପୁଳ ସମର୍ଥନ କ୍ୟାମ୍ପେନ
ଭଦ୍ରକ, ୧୭ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ସରଗରମ ହୋଇଛି ପ୍ରଚାର । ବି.ଜେ.ଡ଼ି ବିଧାୟକ ବ୍ୟୋମକେଶ ରାୟ ନିଜ ପଂଚାୟତରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି । ହାଇପ୍ରୋଫାଇଲ ରୋଡ଼ ସୋ କରି ନିଜର ଶକ୍ତି ପଦର୍ଶନ କରିଛନ୍ତି । ଚାନ୍ଦବାଲି ମା ଦକ୍ଷୀଣେଶ୍ୱରୀ କାଳୀ ମନ୍ଦିରରୁ ଏକ ବିରାଟ ବାଇକ ର‌୍ୟାଲି ଓରାସାହୀ ଓ କାଣ୍ଡଗରଡ଼ି ପଂଚାୟତ ପରିକ୍ରମା କରି ନିର୍ବାଚନୀ ପ୍ରଚାର କରିଛନ୍ତି । ସବୁଠୁ ଅବହେଳିତ ଥିବା ଓରାସାହି ଓ କାଣ୍ଡଗରଡ଼ି ପଂଚାୟତରେ ୨୦୧୪ ନିର୍ବାଚିତ ହେବାପରେ ନିଜ ପଂଚାୟତ ଇଲାକାରେ ବିକାଶର ନୁଆ ମାନଚିତ୍ର ସୃଷ୍ଟି କରିଛନ୍ତି । ପାନୀୟଜଳ ସୁବିଧା ଠାରୁ ଆରମ୍ଭ କରି ରାସ୍ତାଘାଟ, ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ବେଶ ଆଖିଦୃଶିଆ କାର୍ଯ୍ୟକରି ସମସ୍ତଙ୍କ ପ୍ରିୟଭାଜନ ହୋଇଥିବା ଆଜି ଏହି ପ୍ରଚାର ର‌୍ୟାଲିରେ ଦେଖିବାକୁ ମିଳିଥିଲା । ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ନିଜ ଗାଁରେ ପ୍ରଚାର ବେଳେ ତାଙ୍କୁ ବହୁତ ଖୁସି ଅନୁଭବ କରୁଛନ୍ତି । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image