Hindusthan Samachar
Banner 2 शुक्रवार, अप्रैल 19, 2019 | समय 22:42 Hrs(IST) Sonali Sonali Sonali Singh Bisht

ବ୍ଲାଙ୍କ ଚେକ୍ ବାଟୁଛନ୍ତି ପିନାକୀ !

By HindusthanSamachar | Publish Date: Apr 17 2019 7:45PM
ବ୍ଲାଙ୍କ ଚେକ୍ ବାଟୁଛନ୍ତି ପିନାକୀ !
ପୁରୀ, ୧୭ ଏପ୍ରିଲ(ହି.ସ.) - ଆବେ ପରଶୁ, ଯାବେ ପରଶୁ ବାବୁ ପର୍ଶୁରାମ ପୈସା କ୍ୟା ନକରେ କାମ । ଉକ୍ତିଟି ଏବେ ସାଂସଦ ପ୍ରାର୍ଥୀ ପିନାକୀଙ୍କ ଠାରେ ଦେଖିବାକୁ ମିଳିଛି ଗତ କିଛିମାସ ତଳେ ବ୍ରହ୍ମଗିରିର ସାତପଡା ନିକଟ ଅରଖକୁଦା ଠାରେ ଗୋଟିଏ ଜନସଭାରେ ବିଜେଡି କର୍ମୀମାନେ ଦଳୀୟ କାର୍ଯ୍ୟାଳୟ ପାଇଁ ସାଂସଦଙ୍କୁ ଅନୁରୋଧ କରିଥିଲେ । ଏହାର ଉତରରେ ସାଂସଦ କହିଲେ ମୁଁ ସଂଜୟଙ୍କୁ ବହୁତ ବହୁତ ବ୍ଲାଙ୍କ ଚେକ୍ ଦେଇଛି । ସେହିଥିରେ ତୁମେମାନେ କାର୍ଯ୍ୟାଳୟ, ମନ୍ଦିର, କ୍ଲବଘର ଇତ୍ୟାଦି ଯାହାଇଛା ତାହା କରିପାର । ଏଠାରେ ସ୍ମରଣଯୋଗ୍ୟ ଯେ ଜନନେତା ଜନତାଙ୍କୁ ଚିହ୍ନୁନଥିବା ବେଳେ କେବଳ ୭ଜଣ ବିଧାୟକଙ୍କୁ ମୂଳଦୁଆରୂପେ ଭାବି ସେମାନଙ୍କୁ ବିପୁଳ ଅର୍ଥରାଶି ପ୍ରଦାନ କରୁଥିବ।।ରୁ ବିଧାୟକମାନେ ପିନାକୀଙ୍କୁ ସାସଂଦ ପ୍ରାର୍ଥୀକଲେ ଖୁସି ରହୁଛନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ସାଂସଦ ପାଣ୍ଠି ଖର୍ଚ୍ଚର ସ୍ୱତନ୍ତ୍ର ନିୟମାବଳୀ ରହିଥିବାବେଳେ ସାଂସଦ କିପରି ବ୍ଲାଙ୍କ ଚେକ୍ ଦେଉଛନ୍ତି ତାକୁ ନେଇ ଏବେ ପୁରୀଜିଲ୍ଲାରେ ଚର୍ଚ୍ଚା ଚାଲିଛି । ଏ ସଂପର୍କରେ ଏକ ଭିଡିଓ ଫୁଟେଜ ସହ ଅନେକ ତଥ୍ୟ ହସ୍ତଗତ ହୋଇଛି । ଯାହା ଆଗାମୀ ଦିନରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ବ୍ରହ୍ମଗିରି ଅଂଚଳର ଜଣେ ବୁଦ୍ଧିଜୀବି ନାମ ଗୋପନ ରଖି କହିଛନ୍ତି । ହିନ୍ଦୁସ୍ଥାନ ସମାଚାର/ବିଜୟ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image