Hindusthan Samachar
Banner 2 शुक्रवार, अप्रैल 19, 2019 | समय 21:46 Hrs(IST) Sonali Sonali Sonali Singh Bisht

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପାଇଁ ଦାବି

By HindusthanSamachar | Publish Date: Apr 17 2019 7:45PM
ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପାଇଁ ଦାବି
ଭୁବନେଶ୍ୱର, ୧୭ ଏପ୍ରିଲ(ହି.ସ.) - ଆଜି ସକାଳ ୮.୩୦ ମିନିଟ୍ ସମୟରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ଉକ୍ରଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇ ବରପୁତ୍ରଙ୍କ ୨୨ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉକ୍ରଳ ସମ୍ମିଳନୀର ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରି ସ୍ୱାଧୀନତା ଆନ୍ଦୋଳନରେ ଜଣେ ସାହସୀ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୌହ ମାନବ ବିଜୟାନନ୍ଦ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିବା ପାଇଁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଇଂ, ଶିବ ପ୍ରସାଦ ମିଶ୍ର, କ୍ଷେତ୍ରମୋହନ ନାୟକ, ମହେଶ୍ୱର ବିଶ୍ୱାଳ, ଅକ୍ଷୟ ଜେଠୀ, ସିଦ୍ଧାର୍ଥ ଶେଖର ଗଡ଼ନାୟକ ଓ ନିରଞ୍ଜନ ଜେନା ଆଦି ବହୁ ସଦସ୍ୟ ଯୋଗଦେଇ ବରପୁତ୍ରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମାଲ୍ୟାର୍ପଣ ପରେ ବିଜୁ ପଟ୍ଟନାୟକ- ଅମର ରୁହ, ବନ୍ଦେ-ଉକ୍ରଳ ଜନନୀ ଧ୍ୱନୀ ଦିଆଯାଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା । ହିନ୍ଦୁସ୍ଥାନ ସମାଚାର/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image