Hindusthan Samachar
Banner 2 रविवार, अप्रैल 21, 2019 | समय 07:49 Hrs(IST) Sonali Sonali Sonali Singh Bisht

ସମ୍ବଲପୁର-ନାନ୍ଦେଡ଼ ଓ ବିଶାଖାପାଟଣା-ନାନ୍ଦେଡ଼ ଏକ୍ସପ୍ରେସର ମାର୍ଗ ପରିବର୍ତନ

By HindusthanSamachar | Publish Date: Apr 17 2019 7:45PM
ସମ୍ବଲପୁର-ନାନ୍ଦେଡ଼  ଓ ବିଶାଖାପାଟଣା-ନାନ୍ଦେଡ଼ ଏକ୍ସପ୍ରେସର ମାର୍ଗ ପରିବର୍ତନ
ଭୁବନେଶ୍ୱର,୧୭ ଏପ୍ରିଲ - ପରି·ଳନାଗତ ସମସ୍ୟାକୁ ଏଡ଼ାଇବା ସହିତ ବାଧା ବିହୀନ ଓ ସମୟାନୁବର୍ତିତା ଯାତ୍ରା ଉପଲବ୍ଧ କରାଇବା ପାଇଁ ରେଳବାଇ ପକ୍ଷରୁ ୨୦୮୦୯/୨୦୮୧୦ ସମ୍ବଲପୁର-ନାନ୍ଦେଡ଼-ସମ୍ବଲପୁର ଓ ୨୦୮୧୧/୨୦୮୧୨ ବିଶାଖାପାଟଣା-ନାନ୍ଦେଡ଼-ବିଶାଖାପାଟଣା ତ୍ରି-ସାପ୍ତାହିକ ଏକ୍ସପ୍ରେସ ଟ୍ରେନ କୁ ଚଳିତ ମାସ ଚତୁର୍ଥ ସପ୍ତାହ ଠାରୁ ବିଜୟୱାଡା ପରିବର୍ତେ ଗୁଣ୍ଡାଲା-ରାୟନଓପଡୁ ମାର୍ଗ ଦେଇ ଚଳାଚଳ କରିବା ସହିତ ରାୟନଓପଡୁ ଠାରେ ରହଣି ବ୍ୟବସ୍ଥା କରାଯାଇଛି । ଚଳିତ ମାସ ୨୨ ତାରିଖ ଠାରୁ ସମ୍ବଲପୁରରୁ ଛାଡ଼ିବାକୁଥିବା ୨୦୮୦୯ ସମ୍ବଲପୁର-ନାନ୍ଦେଡ଼ ତ୍ରି-ସାପ୍ତାହିକ ଏକ୍ସପ୍ରେସ ଏବଂ ଚଳିତ ମାସ ୨୩ ତାରିଖ ଠାରୁ ବିଶାଖାପାଟଣାରୁ ଛାଡ଼ିବାକୁଥିବା ୨୦୮୧୧ ବିଶାଖାପାଟଣା-ନାନ୍ଦେଡ଼ ତ୍ରି-ସାପ୍ତାହିକ ଏକ୍ସପ୍ରେସ ରାୟନଓପଡୁ ଷ୍ଟେସନ ଠାରେ ସ୍ଥିରୀକୃତ ଦିନମାନଙ୍କରେ ରାତ୍ର ୨ଘ.୪୦ମି.ରେ ପହଂଚି ରାତ୍ର ୨ଘ.୪୫ମି.ରେ ନାନ୍ଦେଡ଼ ଯାତ୍ରା କରିବ । ସେହିପରି ଫେରିବା ପଥରେ ଚଳିତ ମାସ ୨୩ ତାରିଖ ଠାରୁ ନାନ୍ଦେଡ଼ରୁ ଛାଡ଼ିବାକୁଥିବା ୨୦୮୧୦ ନାନ୍ଦେଡ଼-ସମ୍ବଲପୁର ତ୍ରି-ସାପ୍ତାହିକ ଏକ୍ସପ୍ରେସ ଏବଂ ଚଳିତ ମାସ ୨୪ ତାରିଖ ଠାରୁ ୨୦୮୧୨ ନାନ୍ଦେଡ଼-ବିଶାଖାପାଟଣା ତ୍ରି-ସାପ୍ତାହିକ ଏକ୍ସପ୍ରେସ୍ ରାୟନଓପଡୁ ଷ୍ଟେସନ ଠାରେ ସ୍ଥିରୀକୃତ ଦିନମାନଙ୍କରେ ରାତ୍ର ୩ଘ.୩୫ମି.ରେ ପହଂଚି ରାତ୍ର ୩ଘ.୪୦ମି.ରେ ଯଥାକ୍ରମେ ସମ୍ବଲପୁର ଓ ବିଶାଖାପାଟଣା ଯାତ୍ରା କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ...............
लोकप्रिय खबरें
फोटो और वीडियो गैलरी
image