Hindusthan Samachar
Banner 2 सोमवार, अप्रैल 22, 2019 | समय 18:19 Hrs(IST) Sonali Sonali Sonali Singh Bisht

ବେକରେ ଶାଢ଼ୀ ଲଗାଇ ଯୁବକର ଆତ୍ମହତ୍ୟା

By HindusthanSamachar | Publish Date: Apr 17 2019 7:46PM
ବେକରେ ଶାଢ଼ୀ ଲଗାଇ ଯୁବକର ଆତ୍ମହତ୍ୟା
ଜୟପୁର, ୧୭ ଏପ୍ରିଲ(ହି.ସ.) - ଜୟପୁର କୁମ୍ଭାରସାହିର ଆନନ୍ଦ ଜାନୀ(୨୨) ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆନନ୍ଦ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକେ ଆନନ୍ଦକୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ଆନନ୍ଦକୁ ମୃତ ଘୋଷଣା କରିଥିଲେ । ଆନନ୍ଦ ବେରୋଜଗାରିଆ ଥିବାରୁ ମାନସିକ ଚାପରେ ରହୁଥିଲେ । ସେଥିଯୋଗୁଁ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏନେଇ ଟାଉନ ପୋଲିସ ୧୫/୧୯ରେ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରିଥିବା ଜଣାଯାଇଛି । ମାମଲାକୁ ଏଏସଆଇ ବିଷ୍ଣୁ ବିଷୋୟୀ ତଦନ୍ତ କରୁଥିବା ଜଣାଯାଇଛି । ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image