Hindusthan Samachar
Banner 2 शुक्रवार, अप्रैल 19, 2019 | समय 21:46 Hrs(IST) Sonali Sonali Sonali Singh Bisht

ଜଙ୍ଗଲ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

By HindusthanSamachar | Publish Date: Apr 17 2019 7:46PM
ଜଙ୍ଗଲ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ
ଜୟପୁର, ୧୭ ଏପ୍ରିଲ(ହି.ସ.) - କୋଲାବନଗର ଅଂଚଳରେ ଜଙ୍ଗଲ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଲାବନଗର ଅଂଚଳର ଧଉଡ଼ାପଦର, ବଡ଼କେରଙ୍ଗା, ନାରା ପଦର ବାଗ୍ରା, ଡୁମୁରିପଦର, ଘାଟଗୁମର, ଲାଉରିଗୁଡ଼ା, କେନ୍ଦୁବେଢ଼ା, ଚକର୍ଲିଗୁଡ଼ା ଓ କଦମଗୁଡ଼ା ଠାରେ ସ୍ୱେଚ୍ଛାସେବି ଅନୁଷ୍ଠାନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଗଛ ଲଗାଇବା, ପରିବେଶ ବଂଚେଇବା, ଜଙ୍ଗଲରେ ନିଆଁ ନଲଗାଇବା, ଗ୍ରାମକୁ ନିଶାମୁକ୍ତ କରିବା ନେଇ ଗ୍ରାମବାସୀକୁ ଏକତ୍ରିତ କରି ଡାକବାଜୀ ଯନ୍ତ୍ର ସହାଯ୍ୟରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବି ଅନୁଷ୍ଠାନ ପିପିଏସିସି, ଏସଇଇଡବ୍ଲୁଏ ଏବଂ ସ୍ଥାନୀୟ ପୋଲିସ ଓ ଜଙ୍ଗଲ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image