Hindusthan Samachar
Banner 2 रविवार, अप्रैल 21, 2019 | समय 07:39 Hrs(IST) Sonali Sonali Sonali Singh Bisht

ଏମ୍.ଭି. ୧୨୬ ଠାରେ ସଡ଼କ ଦୁର୍ଘଟଣା ! ଜଣେ ମୃତ

By HindusthanSamachar | Publish Date: Apr 17 2019 7:47PM
ଏମ୍.ଭି. ୧୨୬ ଠାରେ ସଡ଼କ ଦୁର୍ଘଟଣା ! ଜଣେ ମୃତ
ମାଲକାନଗିରି, ୧୭ ଏପ୍ରିଲ(ହି.ସ.) - କାଲିମେଳା ଥାନା ଅନ୍ତର୍ଗତ ଏମ.ଭି.-୧୨୬ ଗ୍ରାମ ଠାରେ ଆଜି ସକାଳୁ ଭାରସାମ୍ୟ ହରାଇ ଏକ ଟାଟା ସୁମୋ ଗାଡ଼ି ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣକ ମୃତ୍ୟୁ ହୋଇଥିବାବେଳେ ଗାଡ଼ିଚାଳକ ଗୁରୁତର ଆହତ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବିଶାଖା ପାଟଣା ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ କାଲିମେଳା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଏମପିଭି ୮୨ ଗ୍ରାମର ବିରଜା ମଣ୍ଡଳ ଓ ଟାଟା ସୁମୋ ଗାଡ଼ିର ଡ୍ରାଇଭର ଦିପୁ ହାଲଦାର ଦୁହେଁ ମିଶି ଗାଡ଼ିରେ ତେଲ ପକାଇବାକୁ କାଲିମେଳା ଯାଉଥିବାବେଳେ ଏମଭି-୧୨୬ ଘାଟିରେ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ବିରଜାର ମୃତ୍ୟୁ ହୋଇଥିଲା । ରାସ୍ତାରେ ଯାଉଥିବା ଲୋକମାନେ ଏହା ଦେଖି ଗୁରୁତର ଆହତ ଡ୍ରାଇଭର ଦିପୁକୁ ଉଦ୍ଧାର କରି କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ବିଶାଖାପାଟଣାକୁ ପଠାଯାଇଛି । ହିନ୍ଦୁସ୍ଥାନ ସମାଚାର/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image