Hindusthan Samachar
Banner 2 शुक्रवार, अप्रैल 19, 2019 | समय 22:23 Hrs(IST) Sonali Sonali Sonali Singh Bisht

ଶିରୁଳି ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ

By HindusthanSamachar | Publish Date: Apr 17 2019 7:47PM
ଶିରୁଳି ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ
ପୁରୀ, ୧୭ ଏପ୍ରିଲ(ହି.ସ.) - କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନର ବିଜେପି ସରକାର ଗଠନ ହେଲେ ଚାଷୀର ସବୁ ସମସ୍ୟା ସମାଧାନ ହେବ ବୋଲି ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିରୁଳି ଠାରେ ବିଜୟ ସଂକଳ୍ପ ସମାବେଶରେ ନେତୃତ୍ୱମାନେ କହିଛନ୍ତି । ଓଡିଶାରେ ବିଗତ ୨୦ବର୍ଷ ଭିତରେ ଚାଷୀ ତା ବିଲକୁ ପାଣି ପାଇପାରିନାହିଁ । ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି, ସ୍କୁଲରେ ଶିକ୍ଷକ ନାହାଁନ୍ତି, ବ୍ଲକ କାର୍ଯ୍ୟାଳୟରେ ଅଧିକାରୀ ରହୁନାହାଁନ୍ତି, ଲୋକଙ୍କ କାମରେ ପିସି ଆଦାୟ କରାଯାଉଛି । ତଥାପି ନବୀନ ପଟ୍ଟନାୟକ ଆପଣ ଖୁସି ଅଛନ୍ତି ତ ବୋଲି କହୁଛନ୍ତି । ଓଡିଶାର ଖଣି ଖାଦାନ, ଶିଳ୍ପ, ଜଙ୍ଗଲ ଲୁଟ କରି ସରକାର ଜନମତକୁ ବିଭ୍ରାନ୍ତି କରି ପୁଣି ୫ବର୍ଷ ରହିବାକୁ ଅପଚେଷ୍ଟା ଚଳାଇଛି । ସଚେତନ ଜନସାଧାରଣ ଏଥର କେନ୍ଦ୍ର ଓ ରାଜ୍ୟରେ ପଦ୍ମଫୁଲକୁ ଭୋଟଦେଇ ଡବଲ ଇଞ୍ଜିନ ଚଳାଇବେ ବୋଲି ନେତାମାନେ ମତ ଦେଇଥିଲେ । ଏହି ବିଶାଳ ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ ଏଥର ନିର୍ବାଚନରେ ଶଙ୍ଖ ଫୁଲ ମଧ୍ୟରେ ଘମାଘୋଟ ଲଢେଇ ହେଉଛି । ସ୍ୱତଃପୂର୍ତ ଭାବେ ଭୋଟରମାନେ ବିଜେପିକୁ ପସନ୍ଦ କରୁଥିବାରୁ ବିଜେଡି ଏବେ ରକ୍ତ ଚାଉଳ ଚୋବାଉଛି । ଚାଷୀ ହୁଡିଲେ ବରଷେ, ଭୋଟର ହୁଡିଲେ ୫ବରଷ । ଭଲ ଚାଷ ପାଇଁ ଭଲ ଚାଷୀ, ମୂଲିଆ ଆବଶ୍ୟକ ହୋଇଥାଏ । ସେହିପରି ଭଲ ଶାସନ ପାଇଁ ଭଲ ନେତୃତ୍ୱ ଦରକାର । ନବୀନ ପଟ୍ଟନାୟକ ଦିଲ୍ଲୀର ଚାବିକାଠି ୭ଦଳିଆ ମେଣ୍ଟକରି ୭ଦିନ ବାଂଟିକରି ଶାସନଭାର ନେବାକୁ ଦିବାସ୍ୱପ୍ନ ଦେଖୁଛନ୍ତି । ଯେଉଁ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ଚଳାଉଛି ଓ ତାର ରତ୍ନଭଣ୍ଡାର ଚାବିକାଠି ହଜାଇ ଦେଇ ପାଉନାହିଁ ସେ ଦେଶର ଚାବିକାଠି କିପରି ରଖିବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ । ଚିଟଫଣ୍ଡର ଚାବିକାଠି ସରୋଜ ସାହୁଙ୍କ ପାଖରେ ଥିବାବେଳେ ଖଣି ଦୁର୍ନୀତିର ଚାବିକାଠି ପ୍ରଭାକର ପାଖରେ ରହିଥିଲା । ୨୦୨୨ ସୁଦ୍ଧା ଦେଶରୁ ଗରିବ ହଟିବା ସହ କାହାର ଚାଳଘର ରହିବନାହିଁ ବୋଲି ମୋଦି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଚାଷୀର ଚାଷଜମିକୁ ପାଣି ଯୋଗାଇ ଦେବାସହ ୩ଟି ଫସଲ ଉତ୍ପାଦନ କରିବା ପାଇଁ ଚାଷୀ ସକ୍ଷମ ହେବ ବୋଲି ବିଜେପି ଇସ୍ତାହାରରେ ରହିଛି । ବାଳିକାମାନେ ଭଲ ପାଠ ପଢିଲେ ସେମାନଙ୍କୁ ସ୍କୁଟି ଦିଆଯିବ । ସବୁ ଜିଲ୍ଲାରେ ମେଡିକାଲ କଲେଜ ହେବ । ଯୁବକ ଯୁବତୀମାନଙ୍କୁ ରୋଜଗାର ମିଳିବ । ଉପକୂଳ ରାଜପଥ ନିର୍ମାଣ ହେଲେ କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ ପୁରୀଲୋକ ବିଶେଷ ଉପକୃତ ହେବେ । ଲୁଲୁଙ୍କ ଆତ୍ମାର ତୃପ୍ତିପାଇଁ ବ୍ରହ୍ମଗିରି ଭୋଟରମାନେ ଭଲ ଲୋକଟିଏ ବାଛିବେ । ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଡା. ସମ୍ବିତ ପାତ୍ର କହିଲେ ପିନାକୀ ବାବୁ ଦୀର୍ଘ ୧୫ବର୍ଷ ଧରି ପୁରୀ ଲୋକସଭାର ୭ଟି ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କୁ ଭୂଆଁ ବୁଲାଇଛନ୍ତି । ଦାମିକିଆ ବୁଟ ସୁଟ୍ ପିନ୍ଧି ଏସି ଗାଡି ଓ ହେଲିକପ୍ଟରରେ ବୁଲୁଥିବାରୁ ଲୋକଙ୍କ ସହ ମିଶୁନାହାଁନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଇଛାକଲେ ଏ ଦୁର୍ନୀତିଗ୍ରସ୍ତ ସରକାରକୁ ଫିଙ୍ଗିଦେବେ । ବାହୁବଳ ଓ ଅର୍ଥବଳକୁ ନେଇ ଏ ସରକାର ପୁଣୀ ୫ବର୍ଷ ଶାସନ କରି ପିସି ନେବାରେ ଓସ୍ତାଦ ହୋଇଯିବ । ଚାଷୀ ବିଲକୁ ପାଣି, ପେଟକୁ ଦାନା. ପିଠିକୁ କନା, ମୁଣ୍ଡକୁ ବାସ, ଦେହକୁ ଓଷ ଦେବାରେ ଏ ସରକାର ୧୯ବର୍ଷ ଭିତରେ ସକ୍ଷମ ନହୋଇ ଏବେ ସବୁ କରିଦେବ ବୋଲି କହୁଛନ୍ତି । ତେବେ ୧୯ବର୍ଷଯାକ ଏ ସରକାର କଣ ଖଞ୍ଜଣି ବଜାଉଥିଲା ବୋଲି ପ୍ରଶ୍ନ କରିଛନ୍ତି । ବ୍ରହ୍ମଗିରିର ବିଧାୟକ ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଲେ ଭାଇ ଲୁଲୁ ହାରିନଥିଲେ । ତାଙ୍କୁ କେତେକ କୁଚକ୍ରୀ ଅଧିକାରୀ ମିଳିମିଶି ହରେଇ ଦେଇଥିଲେ । ତାଙ୍କର ଆତ୍ମା ଶାନ୍ତି ହୋଇନାହିଁ । ଲୁଲୁଙ୍କ ମା, ସ୍ତ୍ରୀ, ଝିଅ ଏବେବି ଭୋଟ ଗଣତିକୁ ଚାହିଁ ବସିଛନ୍ତି ଜନତା ଜନାର୍ଦ୍ଦନଙ୍କ ନ୍ୟାୟକୁ । ଚିଟଫଣ୍ଡ ଦୁର୍ନୀତିଗ୍ରସ୍ତ ବିଧାୟକ ପିସିର ସମ୍ରାଟ ପାଲଟିଛନ୍ତି । ଏହି ବିଶା ଜନସଭାବେଶରେ ଲୁଲୁବାବୁ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା । ଏହି ସଭାରେ ବ୍ରହ୍ମଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ବାବୁଲି ବରାଳ, ଯୁବ ନେତା ସୁଧାକର ଭୋଳ, ବିଜେପି ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ସ୍ଥାନୀୟ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର, ୧୧ପଂଚାୟତ ମଣ୍ଡଳ ସଭାପତି ସିଲୁ ମହାପାତ୍ର, ଯୁବନେତା ବିଭୂତି ମିଶ୍ର, ଲୁଲୁଙ୍କ ଝିଅ ଉପାସନା ମହାପାତ୍ର ପ୍ରମୁଖ ଯୋଗଦେଇ ବ୍ରହ୍ମଗିରି ମାଟିରୁ ଚିଟଫଣ୍ଡଚୋର ପେଜୋର ଚଢୁଥିବା ନେତାଙ୍କୁ ହଟାଇବା ପାଇଁ ସଂକଳ୍ପ ନେଇଥିଲେ । ହିନ୍ଦୁସ୍ଥାନ ସମାଚାର/ବିଜୟ/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image