Hindusthan Samachar
Banner 2 शनिवार, मार्च 23, 2019 | समय 14:07 Hrs(IST) Sonali Sonali Sonali Singh Bisht

ରେଳ ବିଦ୍ୟୁତକରଣ ପ୍ରକଳ୍ପ ଓଡିଶାରୁ ସ୍ଥାନାନ୍ତରଣ ପ୍ରସଙ୍ଗ

By HindusthanSamachar | Publish Date: Mar 17 2019 12:46PM
ରେଳ ବିଦ୍ୟୁତକରଣ ପ୍ରକଳ୍ପ ଓଡିଶାରୁ ସ୍ଥାନାନ୍ତରଣ ପ୍ରସଙ୍ଗ
ଚିରାଚରିତ ପ୍ରକ୍ରିୟାକୁ ତିଳକୁ ତାଳ କରି ମିଛ ଡ୍ରାମା କରୁଛି ବିଜେଡି: ବିଜେପି ଭୁବନେଶ୍ୱର, ୧୭ ମାର୍ଚ୍ଚ - ରେଳ ବିଦ୍ୟୁତକରଣ କେନ୍ଦ୍ରୀୟ ସଂଗଠନର ପୁନଃନିର୍ମାଣ ପ୍ରତିଷ୍ଠାନ ଓଡିଶାରୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରଣ ପ୍ରସଙ୍ଗକୁ ତିଳକୁ ତାଳ କରି ବିଜେଡି ମିଛ ଡ୍ରାମା କରୁଛି ବୋଲି ଗଣମାଧ୍ୟମକୁ କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି । ବିଜେଡି ଚିରାଚରିତ ପ୍ରକ୍ରିୟାକୁ ଏଭଳି କହି ଏକ ନାଟକ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ରେଳ ବିଦ୍ୟୁତକରଣ କେନ୍ଦ୍ରୀୟ ପ୍ରକଳ୍ପ ଓଡିଶାରେ ବନ୍ଦ ହେବା ନୂଆ କଥା ନୁହେଁ । ଯେଉଁଠି ଧାର୍ଯ୍ୟକାମ ଶେଷ ହୁଏ ଏହି ପ୍ରକଳ୍ପ ଅଧିକ କାମ ଥିବା ରାଜ୍ୟକୁ ସ୍ଥାନାନ୍ତର ହୁଏ । ଚଳିତ ସମୟରେ ଓଡିଶା ସହ ପଶ୍ଚିମବଙ୍ଗ ଓ ତେଲେଙ୍ଗ।।ନାରେ ଥିବା ଏଭଳି ପ୍ରକଳ୍ପ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେବ । ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡିଶା ପ୍ରକଳ୍ପରେ କାମ କରୁଥିବା କୌଣସି ବି ଚାକିରି ପ୍ରଭାବିତ ହେବ ନାହିଁ । ରେଳ ବିଭାଗର ବିଭିନ୍ନ ସ୍ଥାନରେ ଏହି କର୍ମଚାରୀଙ୍କ ସୁବିଧା ଅନୁସାରେ କାମ କରିବାର ସୁବ୍ୟବସ୍ଥା କରାଯାଇଛି । ଚଳିତ ଶିକ୍ଷା ବର୍ଷ ଶେଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ କାମ କରୁଥିବା କର୍ମଚାରୀମାନଙ୍କୁ ମଧ୍ୟ ସ୍ତାନାନ୍ତର କରାଯିବ ନାହିଁ । ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡିଶାରେ ରେଳ ବିଦ୍ୟୁତକରଣ କାର୍ଯ୍ୟ ମଧ୍ୟ ବନ୍ଦ ହେବ ନାହିଁ । ପୂର୍ବତଟ ରେଳ ଅଧୀନରେ ରେଳ ବିକାଶ ନିଗମ ଲିମିଟେଡ୍ (ଆର.ଭି.ଏନ.ଏଲ୍), ଇଣ୍ଡିଆନ ରେଲୱେ କନଷ୍ଟ୍ରକ୍ସନ କମ୍ପାନୀ (ଇରକୋନ୍) ସଂସ୍ଥା ଦ୍ୱାରା ସମ୍ପାଦନ କରାଯିବ ବୋଲି ସେ କହିଛନ୍ତି । ବିଜେଡି ଅଯଥାରେ ବିନା ତର୍କରେ ମିଛ ଡ୍ରାମା କରୁଛି ବୋଲି ବିଜେପି ଉପସଭାପତି ଶ୍ରୀ ମହାନ୍ତି କହିଛନ୍ତି ।
लोकप्रिय खबरें
फोटो और वीडियो गैलरी
image