Hindusthan Samachar
Banner 2 गुरुवार, मार्च 21, 2019 | समय 05:55 Hrs(IST) Sonali Sonali Sonali Singh Bisht

ଆଦୀବାସୀଙ୍କ ପାରମ୍ପରା ରେ ହାଣ୍ଡିଆର ସ୍ୱତନ୍ତ୍ରତା ବଜାୟ ରହିଛି : ଜୀବନ ଜୀବିକାର ସାହାରା ହୋଇଛି

By HindusthanSamachar | Publish Date: Mar 16 2019 9:25PM
ଆଦୀବାସୀଙ୍କ ପାରମ୍ପରା ରେ ହାଣ୍ଡିଆର ସ୍ୱତନ୍ତ୍ରତା ବଜାୟ ରହିଛି : ଜୀବନ ଜୀବିକାର ସାହାରା ହୋଇଛି
କେନ୍ଦୁଝର,୧୬ ମାର୍ଚ୍ଚ (ହି.ସ.)- ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ମୁଖ୍ୟତଃ ଭାବେ ଜଙ୍ଗଲାଚଂଳ, ଗ୍ରାମାଚଂଳରେ ‘ହାଣ୍ଡିଆ’ ର ବହୁଳ ପ୍ରଚଳନ ରହିଥିବା ବେଳେ ଏହା ଆଦିବାସୀ ମାନଙ୍କର ମୁଖ୍ୟ ଖାଦ୍ୟ ରୂପେ ବ୍ୟବହାର ହୋଇଆସୁଅଛି । ଆଦିବାସୀ ବର୍ଗଙ୍କ ପରମ୍ପରାରେ ହାଣ୍ଡିଆ ଆଜି ବି ଏକ ପ୍ରମୁଖ ସ୍ଥାନ ମଧ୍ୟ ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇପାରିଛି । ‘ହାଣ୍ଡିଆ’ ଆଦିବାସୀ ପରିବାର ଗୁଡିକରେ ପ୍ରାୟତଃ ଖାଦ୍ୟ ଭାବେ ଗ୍ରହଣ କରାଯାଉ ଥିବାବେଳେ, ପରମ୍ପରାର ପୂଜାପାର୍ବଣ, ବାହାଘର, ଗ୍ରାମ୍ୟ ଦେବତୀ ପୂଜା, ଦଳବଦ୍ଧ ଗ୍ରାମ୍ୟ ପୂଜା, ବୈଠକ ଆଦିରେ ମଧ୍ୟ ‘ହାଣ୍ଡିଆ’ କୁ ପ୍ରମୁଖ ସ୍ଥାନ ମିଳିଥାଏ । ଏହି ହାଣ୍ଡିଆ ପ୍ରସ୍ତୁତୀ ପ୍ରଣାଳି ମଧ୍ୟ ନିଆରା । ପ୍ରଥମତଃ ଚାଉଳକୁ ରୋଷେଇ କରାଯାଇ ଭାତ ପ୍ରସ୍ତୁତ କରାଯାଇଥାଏ । ଭାତ ପ୍ରସ୍ତୁତି ସମୟରେ ମାପ ଚୁପ ପାଣି ଦିଆଯାଇଥାଏ । ଯାହାକି ଭାତ ପ୍ରସ୍ତୁତି ପରେ ମଧ୍ୟ ସେଥିରୁ ପାଣି କଢା ଯାଇ ନ ଥାଏ । ଭାତରେ ପାଣି ମରିବା ପର୍ଯ୍ୟନ୍ତ ଚୁଲାରେ ରହିବା ପରେ, ଭାତ ହାଣ୍ଡିକୁ ଓହ୍ଲାଇ ସେଥିରେ ଥିବା ଭାତକୁ ପଟିଆ କିମ୍ବା ସଫା ମଶିଣାରେ ଢାଳିଦେଇ ଥଣ୍ଡା କରାଯାଏ । ଥଣ୍ଡା ହୋଇଗଲେ ସେହି ଭାତକୁ ସଫା ମାଟି ହାଣ୍ଡିରେ ରଖି ଘୋଡଣି ଦେଇ ରଖାଯାଏ । ତାପରେ ସେଥିରେ ‘ମଳିକା’ ପକାଇ ‘ହାଣ୍ଡିଆ’ ପ୍ରସ୍ତୁତି ହୁଏ । ଆରୁଆ ଚାଉଳ ସହିତ ଜଙ୍ଗଲରୁ ସଂଗ୍ରହ କରାଯାଇଥିବା ପାତାଳ ଗରୁଡ, ଭୂଇଁନିମ୍ବ, ଚିରେଇତା ଆଦି ଗଛର ଚେରକୁ ଆରୁଆ ଚାଉଳ ସହିତ ବାଟି ଛୋଟ ଛୋଟ ପିଣ୍ଡୁଳା କରି ଖରାରେ ଶୁଖାଇ ଏହି ‘ମଳିକା’ ପ୍ରସ୍ତୁତ କରାଯାଇଥାଏ । ଆବଶ୍ୟକ ପରିମାଣର ମଳିକା ସଂଗୃହୀତ ହୋଇ ଥିବା ମାଟି ହାଣ୍ଡିରେ ଥିବା ଭାତ ସହିତ ମିଶାଇ ୩ଦିନ ପର୍ଯ୍ୟନ୍ତ ରଖାଯାଇଥାଏ । ଏହାପରେ ‘ମଳିକା’ ପଡିଥିବା ଭାତ ଆପଣା ଛାଏଁ ଏକ ପ୍ରକାର ତରଳି ଯାଇଥାଏ । ସେହି ତରଳି ଯାଇଥିବା ଭାତକୁ ଚାଲୁଣିରେ ଛାଣି ଖାଦ୍ୟ ରୂପେ ଗ୍ରହଣ କରାଯାଏ । ଯାହାକୁ ‘ହାଣ୍ଡିଆ’ କୁହାଯାଇଥାଏ । ‘ହାଣ୍ଡିଆ’ ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ ହୋଇଥିବାବଳେ, ଏଥିରେ ରୋଗ ନିରାକରଣ ଶକ୍ତି ରହିଛି ବୋଲି ବିଶ୍ୱାସ କରାଯାଏ । ହାଣ୍ଡିଆ ହାଟରେ ବିକୁଥିବା ମହିଳାମାନେ କୁହନ୍ତି, ହାଣ୍ଡିଆ ଖାଇଲେ ମ୍ୟାଲେରିଆ, ଥଣ୍ଡା ଜ୍ୱର, କାଛୁ କୁଣ୍ଡିଆ ଆଦି ରୋଗ ହେଉ ନ ଥିବାବେଳେ, ପାକସ୍ଥଳୀର ଜୀର୍ଣ୍ଣ ଶକ୍ତି ବଢାଇବା ସହିତ ପେଟ ସଫା ରଖିବା ଦିଗରେ ସହାୟକ ହୁଏ । ଗ୍ୟାସ ରୋଗ ଆଦୌ ହୁଏନାହିଁ । ଏହା ଏନର୍ଜି ଭଳି କାମ କରିଥାଏ । ଏବେ ‘ହାଣ୍ଡିଆ’ ଅନେକାଂଶରେ ଆଦିବାସୀଙ୍କ ଜୀବନ ଜୀବିକାରେ ସାମିଲ ହୋଇସାରିଲାଣି । ପ୍ରାୟତଃ ହାଟ ବଜାର, ଗାଁ ଛକ, ଜଙ୍ଗଲ ରାସ୍ତା ଆଦି ସ୍ଥାନରେ ଛୋଟ ଝୁମ୍ପୁଡି କରି ଆଦିବାସୀ ରମଣୀମାନେ ‘ହାଣ୍ଡିଆ’ ବିକ୍ରି କରୁଥିବା ଦେଖିବାକୁ ମିଳିଥାଏ । ‘ହାଣ୍ଡିଆ’ ଆଦିବାସୀ ପରମ୍ପରାରେ ମୁଖ୍ୟ ଖାଦ୍ୟ ରୂପେ ବିବେଚିତ ହେଉଥିଲେ ହେଁ, ଅନକ କ୍ଷେତ୍ରରେ ବ୍ୟବସାୟୀ କରଣ ଉଦ୍ଦେଶ୍ୟରେ ରେ ‘ହାଣ୍ଡିଆ’କୁ ଅଧିକ ନିଶାଯୁକ୍ତ କରିବା ଏବଂ ନାବାଳିକା ଆଦିବାସୀ ଲଳନାଙ୍କୁ ‘ହାଣ୍ଡିଆ’ ବିକ୍ରିବଟାରେ ସାମିଲ କରାଯାଉଥିବା ଯୋଗୁଁ, ବେଳେ ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି । ଏହାକୁ ସଚେତନତାର ଅଭାବ ବୋଲି କୁହାଯାଉଥିଲେ ହେଁ, ପ୍ରକୃତ ପକ୍ଷେ ଦାରିଦ୍ର‌୍ୟ ସାଙ୍ଗକୁ କାମଧନ୍ଦା ନ ମିଳିବା ନେଇ କେତେକାଂଶରେ ‘ହାଣ୍ଡିଆ’ ବିକ୍ରି ପରିବାର ପ୍ରତିପୋଷଣର ସାହାରା ପାଲଟିଥିବା କୁ ଅସ୍ୱୀକାର କରାଯାଇପାରିବ ନାହିଁ । ଖେଣ୍ଡରା ସରପଂଚ ଦର୍ଶନ ମୁଣ୍ଡା, କଣ୍ଡରାପଶି ଗ୍ରାମର ସୁନାରାମ ମାଝୀ, କହ୍ନେଇ ମାଝୀ, ଠାକୁର ମାଝୀ, ଲାଲାମୋହନ ମାଝି ପ୍ରମୁଖ କହନ୍ତି, ହାଣ୍ଡିଆ ଆଦିବାସୀ ପରମ୍ପରାର ଖାଦ୍ୟ ଭାବେ ରହିଆସିତିବା ବେଳେ ଆଗକୁ ମଧ୍ୟ ରହିବ ବୋଲି ସେମାନେ ଦୃଢତା ପ୍ରକଶ କରିଛନ୍ତି । ‘ହାଣ୍ଡିଆ’ ବିକ୍ରିବଟାରେ ଛୋଟ ଛୋଟ ଝିଅ ପିଲାଙ୍କୁ କାମରେ ଲଗାଇବା ପ୍ରକୃତ ପକ୍ଷେ ଠିକ ନୁହେଁ । ଏବଂ ପଢାପଢି ସରିବା ପରେ କାମ କଲେ ଠିକ ହେବ ବୋଲି କହିଥିଲେ ମଧ୍ୟ ପାରିବାରିକ ଅସୁବିଧା କାରଣରୁ ମଧ୍ୟ ଅନେକ ଛୋଟ ଝିଅପିଲାମାନେ ‘ହାଣ୍ଡିଆ’ ବିକ୍ରିବଟା ରେ ସାମିଲ ହେବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି । ଏଥିରୁ ସେମାନଙ୍କୁ ନିବୃତ ରଖିବା ପାଇଁ ଉଦ୍ୟମ କରାଯାଉଥିବା ସେମାନେ କହିଛନ୍ତି । ହିନ୍ଦୁସ୍ଥାନ ସମାଚାର/ବିଭୁତି/ଭାନୁ
लोकप्रिय खबरें
फोटो और वीडियो गैलरी
image