Hindusthan Samachar
Banner 2 शनिवार, मार्च 23, 2019 | समय 14:16 Hrs(IST) Sonali Sonali Sonali Singh Bisht

ରାଜ୍ୟ ସଂଗୀତ ମାନ୍ୟତା ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଉ

By HindusthanSamachar | Publish Date: Mar 16 2019 9:19PM
ରାଜ୍ୟ ସଂଗୀତ ମାନ୍ୟତା ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଉ
ଭୁବନେଶ୍ୱର,୧୬ ମାର୍ଚ୍ଚ(ହି.ସ.)- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉକ୍ରଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତ ମାନ୍ୟତା ଦେବା ପାଇଁ ନିର୍ବାଚନ ଇସ୍ତାହାରରେ ରାଜନୈତିକ ଦଳମାନେ ସ୍ଥାନ ଦେବାକୁ ଉକ୍ରଳ ସମ୍ମିଳନୀ ଦାବି କରିଛି ବୋଲି ଏକ ପ୍ରେସ ଇସ୍ତାହାରରେ ଉକ୍ରଳ ସମ୍ମିଳନୀ ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଜଣାଇଛନ୍ତି । ୧୯୯୪ ମସିହାରୁ ଦୀର୍ଘ ୨୫ ବର୍ଷ ହେଲା ଏହି ଦାବି ହେଉଥିବା ବେଳେ ରାଜ୍ୟ ସରକାରଙ୍କ ଟାଳ ଟୁଳ ନୀତି ପାଇଁ ବନ୍ଦେ ଉକ୍ରଳ ଜନନୀ ରାଜ୍ୟ ସଂଗୀତର ମାନ୍ୟତା ପାଇ ପାରୁନାହିଁ । କେବଳ ଏହା ବିଧାନ ସଭାରେ ବିଧିବଦ୍ଧ ଭାବେ ପ୍ରଚଳିତ ହେଉଛି । ଏଣୁ ପ୍ରତ୍ୟେକ ରାଜନୈତିକ ଦଳକୁ ଅନୁରୋଧ ଏହି ପ୍ରସଙ୍ଗକୁ ନିଜ ନିଜର ନିର୍ବାଚନ ଇସ୍ତାହାରରେ ସ୍ଥାନ ଦେବା ସହିତ ସରକାରକୁ ଆସିଲେ ତୁରନ୍ତ ଏହାକୁ ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଉକ୍ରଳ ସମ୍ମିଳନୀର ସଭାପତି ଦିଲ୍ଲୀପ ଦାଶଶର୍ମା ଦାବି କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ଭାନୁ
लोकप्रिय खबरें
फोटो और वीडियो गैलरी
image