Hindusthan Samachar
Banner 2 शनिवार, मार्च 23, 2019 | समय 13:46 Hrs(IST) Sonali Sonali Sonali Singh Bisht

ନିର୍ବାଚନ ଲଢ଼ିବା ନେଇ ଦାମ-ବିଷ୍ଣୁଙ୍କ ସମାଲୋଚନା, ପ୍ରତିସମାଲୋଚନା

By HindusthanSamachar | Publish Date: Mar 16 2019 9:19PM
ନିର୍ବାଚନ ଲଢ଼ିବା ନେଇ ଦାମ-ବିଷ୍ଣୁଙ୍କ ସମାଲୋଚନା, ପ୍ରତିସମାଲୋଚନା
ଭୁବନେଶ୍ୱର,୧୬ ମାର୍ଚ୍ଚ(ହି.ସ.)- ଜଗତସିଂହପୁର ଜିଲ୍ଲାର ପାରମ୍ପରିକ ରାଜନୈତିକ ପ୍ରତିଦ୍ୱନ୍ଦୀ ଡା. ଦାମୋଦର ରାଉତ ଏବଂ ବିଷ୍ଣୁ ଚରଣ ଦାସ ଙ୍କ ମଧ୍ୟରେ ନିର୍ବାଚନ ଲଢ଼ିବା ନେଇ ପରସ୍ପରକୁ ସମାଲୋଚନା, ପ୍ରତିସମାଲୋଚନା କରିଛନ୍ତି । ଡା. ରାଉତ କହିଛନ୍ତି ଯେ, ସେ ବଂଚିଥିବା ଯାଏ ବିଷ୍ଣୁ ଦାସ ବିଧାନସଭା କି ଲୋକସଭା ଦେଖି ପାରିବେ ନାହିଁ । ରାଜନୀତିକୁ ସେ ତାଙ୍କୁ ଆଣିଥିଲେ । ସେ ଜଣେ ଅବାଞ୍ଛିତ ବ୍ୟକ୍ତି । ତାଙ୍କର ରାଜନୈତିକ ଚରିତ୍ର ନାହିଁ ବୋଲି ଡ. ରାଉତ କହିଥିଲେ । ଏହାର ପ୍ରତିକ୍ରିୟାରେ ଶ୍ରୀ ଦାସ କହିଛନ୍ତି ଯେ, ଦାମବାବୁ ଏଭଳି ବ୍ୟକ୍ତି ଯିଏ କି କ୍ଷମତା ଓ ସମ୍ପତି ପାଇଁ ସବୁ ସ୍ତରକୁ ଯାଇପାରନ୍ତି । ତାଙ୍କ ସହିତ ମୋତେ ତୁଳନା କରାଯିବା ଭୁଲ୍ । ମୋ ସହିତ ଲଢ଼ିବା ପାଇଁ ତାଙ୍କର ସାମର୍ଥ୍ୟ ନାହିଁ । ଦାମବାବୁ ମୋର ଯେ ପ୍ରତିଦ୍ୱନ୍ଦୀ ବୋଲି କେବେ ମୁଁ ଭାବି ନାହିଁ । ପାରାଦ୍ୱୀପରୁ ବାଲିକୁଦା, ଏରସମା ଆଡ଼କୁ ସେ ମୁହାଁଇଲେ । ସେ ପଦ୍ମ ଧରି ଧିରେ ଧିରେ ବଙ୍ଗୋପ ସାଗରକୁ ଯିବେ, ଏବଂ ସେଠାରେ ଉବୁଟୁବୁ ହେବେ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ସୁଯୋଗଦେଲେ ମୁଁ ଦାବବାବୁଙ୍କ ବିରୁଦ୍ଧରେ ଲଢ଼ିବି ବୋଲି ଶ୍ରୀ ଦାସ କହିଥିଲେ । ହିନ୍ଦୁସ୍ଥାନ ସମାଚାର/ଭାନୁ
लोकप्रिय खबरें
फोटो और वीडियो गैलरी
image