Hindusthan Samachar
Banner 2 गुरुवार, मार्च 21, 2019 | समय 21:23 Hrs(IST) Sonali Sonali Sonali Singh Bisht

ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି

By HindusthanSamachar | Publish Date: Mar 16 2019 9:20PM
ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି
ଭୁବନେଶ୍ୱର,୧୬ ମାର୍ଚ୍ଚ(ହି.ସ.)- ଆଜି ବାମପନ୍ଥୀ ସିପିଆଇ(ଏମ) କେନ୍ଦ୍ରୀୟ କମିଟି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏହି ତାଲିକାରେ ୪୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ସେଥିମଧ୍ୟରେ ଓଡ଼ିଶାର ବାମପନ୍ଥୀ ନେତା ଜନାର୍ଦ୍ଦନ ପତିଙ୍କ ନାମ ରହିଛି । ଶ୍ରୀ ପତି ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ । ଏହି ଘୋଷଣା ପରେ ଶ୍ରୀ ପତି କହିଛନ୍ତି ଯେ, ଚାଷୀ, ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ମାର୍ଟ ସିଟି ସମସ୍ୟାର ମୂଳ ମୁଦ୍ଦା ହେବ । ଉଭୟ ବିଜେଡ଼ି ଓ ବିଜେପି ବିରୁଦ୍ଧରେ ସ୍ୱର ଉତୋଳନ କରିବେ । ତାଙ୍କର ନିର୍ବାଚନ ପ୍ରଚାର ବିଧିବଦ୍ଧ ଭାବରେ ଇତିମଧ୍ୟରେ ଆରମ୍ଭ କରିଦେଇଛନ୍ତି ବୋଲି ସେ କହିଥିଲେ । ହିନ୍ଦୁସ୍ଥାନ ସମାଚାର/ଭାନୁ
लोकप्रिय खबरें
फोटो और वीडियो गैलरी
image