Hindusthan Samachar
Banner 2 शनिवार, मार्च 23, 2019 | समय 14:27 Hrs(IST) Sonali Sonali Sonali Singh Bisht

ଭାରାରେ ମେଡିକାଲ ଆସୁଥିଲେ, ବାଟରେ ଶିଶୁ ପୁତ୍ରକୁ ଜନ୍ମଦେଲେ ପ୍ରସୂତୀ

By HindusthanSamachar | Publish Date: Mar 16 2019 9:22PM
ଭାରାରେ ମେଡିକାଲ ଆସୁଥିଲେ, ବାଟରେ ଶିଶୁ ପୁତ୍ରକୁ ଜନ୍ମଦେଲେ ପ୍ରସୂତୀ
ଗଞ୍ଜାମ, ୧୬ ମାର୍ଚ୍ଚ (ହି.ସ.)- ଗାଁକୁ କଚ୍ଚା ରାସ୍ତା ନଥିବାରୁ ଭାରରେ ପ୍ରସୂତୀଙ୍କୁ ମେଡିକାଲକୁ ନିଆଯାଉଥିବା ବେଳେ ସେ ବାଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ଘଟଣା ରାଜ୍ୟରେ ସ୍ୱାସ୍ଥ୍ୟସେବାର ନଗ୍ନ ନମୁନାକୁ ପୁଣି ଥରେ ସାମ୍ନାକୁ ଆଣିଛି । ଆଜି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଗତ ଆଙ୍କୁଲି ପଚାଂୟତରେ । ଆଙ୍କୁଲି ପଚାଂୟତ ଅନ୍ତର୍ଗତ ଫୁଲ ସାହିର ତାରା ନାୟକ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଚିନ୍ତାରେ ପଡିଥିଲେ । ଗାଁ କୁ ନିତିଦିନିଆ ରାସ୍ତା ନଥିବାରୁ ତଥା ଆମ୍ବୁଲାନ୍ସ ଆସିବା ସମ୍ଭବ ନଥିବାରୁ ପରିବାର ଲୋକେ ତାଙ୍କୁ ଏକ ବାଉଁଶ ଭାରା ସାହାଯ୍ୟରେ ମେଡିକାଲକୁ ନେବାକୁ ନିଷ୍ପତି ନେଇଥିଲେ । ପ୍ରସୂତୀଙ୍କୁ ମେଡିକାଲକୁ ନିଆଯାଉଥିବା ବେଳେ ଘର ଠାରୁ ପ୍ରାୟ ୫ କି.ମି. ଆସିବା ପରେ ବାଟରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ମାଆ ଓ ନବଜାତ ଶିଶୁ ସୁସ୍ଥ ଥିବାରୁ ପରିବାର ଲୋକେ ଉଭୟଙ୍କୁ ଡାକ୍ତରଖାନା ନନେଇ ପୁର୍ନବାର ଗ୍ରାମକୁ ଫେରାଇ ନେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ୱାଧିନତାର ୭୦ ବର୍ଷ ପରେ ମଧ୍ୟ ଏହି ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଗ୍ରାମକୁ ରାସ୍ତା ସୁବିଧା ନଥିବାରୁ ଅନେକ ସମୟରେ ଗ୍ରାମବାସୀ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । ଏପରିକି କେତେକ କ୍ଷେତ୍ରରେ ତୁରନ୍ତ ଚିକିତ୍ସା ସୁବିଧା ନପାଇ ଅନେକ ମୃତ୍ୟୁ ମୁଖରେ ପଡୁଥିବାର ନଜିର ରହିଛି । ତେଣୁ ତୁରନ୍ତ ଗ୍ରାମକୁ ଏକ କଚ୍ଚା ସଡ଼କ ନିର୍ମାଣ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି । ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ପ୍ରଦୀପ୍ତ
लोकप्रिय खबरें
फोटो और वीडियो गैलरी
image