Hindusthan Samachar
Banner 2 शनिवार, मार्च 23, 2019 | समय 14:23 Hrs(IST) Sonali Sonali Sonali Singh Bisht

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

By HindusthanSamachar | Publish Date: Mar 16 2019 9:22PM
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ
ନବରଙ୍ଗପୁର, ୧୬ ମାର୍ଚ୍ଚ (ହି.ସ.)- ବୋରୱେଲ କରାଇ ଦେବାକୁ ୪ ଜଣ ଚାଷୀଙ୍କ ଠାରୁ ୮ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଉମରକୋଟ ଉଠାଜଳସେଚନ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ଭରତ ମଣ୍ଡଳ । ନିଜ କାର୍ଯ୍ୟାଳୟରେ ସେ ଏହି ଲାଂଚ ବାବଦ ଟଙ୍କା ଗ୍ରହଣ କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ତାଙ୍କୁ କାବୁ କରି ନେଇଥିଲେ । ସେମାନେ ତାଙ୍କ ନିକଟରୁ ଏହି ଟଙ୍କା ଜବତ କରିବା ସହ ଘଟଣାରେ ତାଙ୍କୁ ଗିରଫ କରିଥିଲେ । ଏ ସଂକ୍ରାନ୍ତରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଥିବା ନେଇ ସୂଚନା ମିଳିଛି । ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ
लोकप्रिय खबरें
फोटो और वीडियो गैलरी
image