Hindusthan Samachar
Banner 2 बुधवार, मार्च 20, 2019 | समय 07:24 Hrs(IST) Sonali Sonali Sonali Singh Bisht

ବ୍ରହ୍ମବରଦା ବ୍ରାହ୍ମଣୀ ନଦୀ ସେତୁ ମରାମତି ହେଉ ନାହିଁ

By HindusthanSamachar | Publish Date: Mar 16 2019 9:12PM
ବ୍ରହ୍ମବରଦା ବ୍ରାହ୍ମଣୀ ନଦୀ ସେତୁ ମରାମତି ହେଉ ନାହିଁ
ଧର୍ମଶାଳା,୧୬ ମାର୍ଚ୍ଚ(ହି.ସ.)- ସରକାର ଗାଁ ଗଣ୍ଡାରେ ଗମନାଗମନକୁ ଗୁରୁତ୍ୱ ଦେଉଛନ୍ତି । ଜନସାଧାରଣଙ୍କ ସୁବିଧା ଓ ଦୂରତ୍ୱକୁ ହ୍ରାସ ନିମନ୍ତେ ନଦୀ ଉପରେ ସେତୁ ନିର୍ମାଣ କରୁଛନ୍ତି । ହେଲେ ସ୍ଥାୟୀ ରକ୍ଷଣା ବେକ୍ଷଣ ଅଭାବରୁ ବହୁ ସେତୁ ଉପରେ କଂକ୍ରିଟ ରାସ୍ତା ଖଣ୍ଡିଆ ଖାବରା ହେବା ସହିତ ଏହାର ସୁରକ୍ଷା ବାଡ ଭାଙ୍ଗି ରୁଜି ଗଲାଣି । ଏ ଭଳି ଦୟନୀୟ ଅବସ୍ଥ ଦେଖିବାକୁ ମିଳିଛି ଯାଜପୁର ଜିଲା ବରୁହାଁ ପୁର୍ତ ବିଭାଗ ଅଧିନସ୍ଥ ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତା ବ୍ରହ୍ମବରଦା ବ୍ରାହ୍ମଣୀ ନଦୀ ସେତୁ କ୍ଷେତ୍ରରେ । ୨୫ ବର୍ଷ ପୂର୍ବେ ଏହି ସେତୁ ନିର୍ମାଣ ହୋଇଥିଲା । ହେଲେ ଏହାର ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସେତୁ ଉପରେ କଂକ୍ରିଟ ଉଠିଗଲାଣି । ଯାତାୟତରେ ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏବଂ ଏହାର ସୁରକ୍ଷା ବାଡ ଭାଙ୍ଗୁ ରୁଜି ଗଲାଣି । ଗତ ବର୍ଷ ଏହି ପୁର୍ତ ବିଭାଗ ପକ୍ଷରୁ ମରାମତି କରା ନ ଯାଇ ଏହା ଉପରେ କେବଳ ଧଳା ରଂଗ ମାରି ଛାଡି ଦେଇଥିବା ଅଭିଯୋଗ ହୋଇଛି । ଏହି ସୁରକ୍ଷା ବାଡ ନ ଥିବାରୁ ଗୃହପାଳିତ ପଶୁ ତଳେ ଖସି ପଡୁଥିବା ଅନେକ ନଜିର ରହିଛି । ଏଥି ସହ ଏହି ସେତୁ ମୁଖ୍ୟ ରାସ୍ତା ହୋଇଥିବାରୁ ଦୈନଦିନ ଶହଶହ ଟ୍ରକ,ବସ,କାର,ବାଇକ ଓ ଭାରି ଯାନ ଚଳାଚଳ ସମୟରେ ବିପଦକୁ ଆମନ୍ତ୍ରଣ କରୁଛି । ଏହି ସେତୁ ଦେଇ ଜିଲା ପ୍ରଶାସନ ଅଧିକାରୀ ଯାତାୟତ କରୁଥିଲେ ମଧ୍ୟ ସେମାନଙ୍କର ନଜର ଏଥିପ୍ରତି ପଡୁ ନାହିଁ । ଏନେଇ ଅଂଚଳବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ତୁରନ୍ତ ଏଥି ପ୍ର୍ତି ଯାଜପୁର ଜିଲାପାଳ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
लोकप्रिय खबरें
फोटो और वीडियो गैलरी
image