Hindusthan Samachar
Banner 2 गुरुवार, मार्च 21, 2019 | समय 04:42 Hrs(IST) Sonali Sonali Sonali Singh Bisht

ରକ୍ଷଣାବେକ୍ଷଣର ଅଭାବ-ତିଖାଲି ଡ୍ୟାମରେ ନିର୍ମିତ ପାର୍କ ଚାରଣ ଭୂଇଁ

By HindusthanSamachar | Publish Date: Mar 16 2019 9:07PM
ରକ୍ଷଣାବେକ୍ଷଣର ଅଭାବ-ତିଖାଲି ଡ୍ୟାମରେ ନିର୍ମିତ ପାର୍କ ଚାରଣ ଭୂଇଁ
ନୂଆପଡା, ୧୬ ମାର୍ଚ୍ଚ (ହି.ସ.)- ଇନ୍ଦ୍ର ଓ ସୁନ୍ଦର ନଦୀର ସଙ୍ଗମ ସ୍ଥଳରେ ନିର୍ମାଣ ଚାଳିଛି ତିଖାଲି ଡ୍ୟାମ । ନୂଆପଡା ଜିଲ୍ଲାର ଖଡିଆଳ ବ୍ଲକ ଓ କୋମନା ବ୍ଲକର ମଧ୍ୟସ୍ଥଳରେ ଏହି ଦୁଇଗୋଟି ନଦୀ ପ୍ରବାହିତ ହେଉଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୦୦ ମସିହାରେ ଏହି ସଙ୍ଗମ ସ୍ଥଳରେ ତିଖାଲି ଡ୍ୟାମ ଉଦଘାଟନ କରିଥିଲେ । ୧୯ ବର୍ଷ ଭିତରେ ୯୦/୯୫ ଭାଗ ଡ୍ୟାମ ନିର୍ମାଣ କାର୍ଯ୍ୟ ସରିଛି । ଡ୍ୟାମ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ଏହି ଡ୍ୟାମର ପ୍ରାକୃତିକ ପରିବେଶ ଲୋକଙ୍କୁ ଆକୃଷ୍ଟ କରିପାରିଛି । ଫଳରେ ଡ୍ୟାମକୁ ପ୍ରତିଦିନ ଲୋକେ ଯାଇ ବୁଲାବୁଲି କରି ଆସୁଛନ୍ତି । ହେଲେ ଗତ ୪ ବର୍ଷ ହେବ ତିଖାଲି ଡ୍ୟାମରେ ସୌନ୍ଦର୍ଯ୍ୟମୟ ପାର୍କ ତିଆରି କରାଯାଉଛି । ତାହା ଶେଷ ପର୍ଯ୍ୟାୟରେ ପହଂଚି ନଥିଲେ ମଧ୍ୟ ପାର୍କର ସୁନ୍ଦର କଲାକୃତି ଓ ସୁନ୍ଦର ମନଲୋଭା ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି । ହେଲେ ପାର୍କର ଠିକ ରକ୍ଷଣାବେକ୍ଷଣ କରାଯାଉନଥିବା ଅଭିଯୋଗ ହେଉଛି । ବର୍ତମାନ ପାର୍କରେ ଲଗା ଯାଇଥିବା ସୁନ୍ଦର ନାନାଦି ଗଛ, ଫୁଲ, ଘାସ ଗୁଡିକ ନଷ୍ଟ ହେବାରେ ବସିଛି । ଫଳରେ ଦିନକୁ ଦିନ ପାର୍କର ଆକର୍ଷଣ କମି କମି ଆସୁଥିବା ଅଭିଯୋଗ ହେଉଛି । ପାର୍କ ଭିତରେ ଥିବା ଅନେକ ଘାସ ସବୁ ମରି ପଡିଥିବା ବେଳେ ନାନାଦି ବୃକ୍ଷ, ଫୁଲ ଗଛ ଗୁଡିକ ମରିବାରେ ବସିଛି । ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ପାର୍କ ନିର୍ମାଣର ୪ ବର୍ଷ ପୁରିନଥିବା ବେଳେ ଏପରି ସ୍ଥିତି ତେବେ ଆଗାମି ଦିନରେ ତାହା ନିଶ୍ଚିହ୍ନ ହୋଇଯିବ ଏଥିରେ ସନେ୍ଧହ ନାହିଁ । ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପାର୍କର ସୌନ୍ଦର୍ଯ୍ୟତାକୁ ପୁଣି ଫେରାଇ ଆଣିବାକୁ ସାଧାରଣରେ ଦାବୀ ହେଉଛି । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ଭାନୁ
लोकप्रिय खबरें
फोटो और वीडियो गैलरी
image